ସମସ୍ତଙ୍କୁ ମିଳିବନି ସବସିଡି ବିଦ୍ୟୁତ!
ମାଗଣା ବିଜୁଳିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ଼ ଘୋଷଣା….
ନୂଆଦିଲ୍ଲୀ : ମାଗଣା ବିଜୁଳିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । ଏବେ ସମସ୍ତଙ୍କୁ ଆଉ ନିଶୁଳ୍କ ବିଦ୍ୟୁତ ଦିଆଯିବନାହିଁ । ଯେଉଁମାନେ ଚାହିଁବେ କେବଳ ସେହିମାନଙ୍କ ଲାଗି ଏହି ସୁବିଧା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଗାମୀ ଅକ୍ଟୋବର ୧ରୁ ରାଜ୍ୟରେ ମାଗଣା ବିଜୁଳି ବୈକଳ୍ପିକ ହେବ ବୋଲି କହିଛନ୍ତି । ସେହିପରି ଯେଉଁମାନେ ସବସିଡି ଆବଶ୍ୟକ କରନ୍ତି ସେମାନଙ୍କୁ ବିକଳ୍ପ ଚୟନ କରିବାକୁ ହେବ ବୋଲି କେଜରିୱାଲ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ ପଲିସିକୁ ମଞ୍ଜୁର କରିଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀକୁ ତାଙ୍କ ସରକାର ଷ୍ଟାର୍ଟଅପର ରାଜଧାନୀ କରିବାକୁ ଚାହାନ୍ତି । ଯୁବବର୍ଗଙ୍କୁ ଏଥିରୁ ବେଶ ଲାଭ ମିଳିପାରିବ ।
କେଜରିୱାଲଙ୍କ କ୍ୟାବିନେଟ୍ ଅନୁମୋଦନ ଅନୁସାରେ ଏବେ ରାଜଧାନୀ ଦିଲ୍ଲୀରେ କେବଳ ଆବଶ୍ୟକ କରୁଥିବା ଲୋକଙ୍କୁ ସବସିଡି ପ୍ରଦାନ ଲାଗି ମଞ୍ଜୁର କରିଛନ୍ତି । ଏଣୁ ଗ୍ରାହକଙ୍କୁ ପଚାରି ଏ ବାବଦେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ଯେଉଁମାନେ ଚାହିଁବେ କେବଳ ସେହିମାନଙ୍କୁ ସବସିଡି ଦିଆଯିବ ନଚେତ ଏହାକୁ ସମାପ୍ତ କରିଦିଆଯିବ ।