ନୂଆଦିଲ୍ଲୀ : ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ ଶେଷ ହୋଇଛି । ଓଡିଶାର ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହି ମିସାଇଲର ପରୀକ୍ଷଣ କରାଯାଇଛି । ଏହି ମିସାଇଲ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଯାହା ପରମାଣୁ ଶକ୍ତ ସମ୍ପନ୍ନ । ଏହି ମିସାଇଲ୍ର ଲକ୍ଷ୍ୟଭେଦ କ୍ଷମତା ୧ହଜାର କି.ମିରୁ ୨ହଜାର କିମି ପର୍ଯ୍ୟନ୍ତ ରହିଛି । ଅଗ୍ନି ସିରିଜର ଏହି ମିସାଇଲ୍କୁ ଡିଆର୍ଡିଓ ପ୍ରସ୍ତୁତ କରିଛି ।
ସେହିପରି ଅଗ୍ନି ପ୍ରାଇମ୍ ମିସାଇଲ ସହିତ ଅନେକ ଜ୍ଞାନକୌଶଳ ଯୋଡିହୋଇଛ । ଅଗ୍ନି ପ୍ରାଇମ୍ର ଓଜନ କମ୍ ହୋଇଥିବାରୁ ଏହାକୁ ବ୍ୟବହାର କରିବା ଅତି ସହଜ ବୋଲି ଜଣାପଡିଛି । ଅନ୍ୟପଟେ ଏହି ମିସାଇଲର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍ଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।