ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ

ସମ୍ପୃକ୍ତ ବ୍ୟକ୍ତି ଇଣ୍ଟରଭ୍ୟୁ ପାଇଁ ସେଠାରେ ପହଞ୍ଚିଥିବା ନେଇ ସୂଚନା ମିଳିଛି…..

କାବୁଲ: ଆଫଗାନିସ୍ତାନର କାବୁଲରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମୟରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଉକ୍ତ ଘଟଣା ପରେ ଖେଳାଳିଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ବିସ୍ଫୋରଣ ସମୟରେ ୟୁନାଇଟେଡ ନେସନର ଜଣେ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ । ସମ୍ପୃକ୍ତ ବ୍ୟକ୍ତି ଇଣ୍ଟରଭ୍ୟୁ ପାଇଁ ସେଠାରେ ପହଞ୍ଚିଥିବା ନେଇ ସୂଚନା ମିଳିଛି । ସୂଚନାଯୋଗ୍ୟ, କାବୁଲରେ ଆଇପିଏଲ ଭଳି ଫର୍ମାଟରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ।