ଚନ୍ଦ୍ରକଳା ପରି ବଢ଼ିଚାଲିଛି ଆତ୍ମହତ୍ୟା

ମହାରାଷ୍ଟ୍ରରେ ସର୍ବାଧିକ ଲୋକ ଆତ୍ମହତ୍ୟା କରିଛନ୍ତି….

ନୂଆଦିଲ୍ଲୀ: ବେରୋଜଗାରୀ, ଏକୁଟିଆପଣ, ହିଂସା, ପାରିବାରିକ ସମସ୍ୟା, ନିଶାସକ୍ତ ଓ ଆର୍ଥିକ ଅଭାବ କାରଣରୁ ଦେଶରେ ଆତ୍ମହତ୍ୟା ମାମଲା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି । ୨୦୨୧ ମସିହାରେ ଦେଶରେ ୧ ଲକ୍ଷ ୬୪ ହଜାର ୩୩ ଜଣ ଆତ୍ମହତ୍ୟା କରିଛନ୍ତି ଯାହା ୨୦୨୦ ତୁଳନାରେ ଅଧିକ । ୨୦୨୦ ମସିହାରେ ୧ ଲକ୍ଷ ୫୩ ହଜାର ୫୨ ଜଣ ଲୋକ ଆତ୍ମହତ୍ୟା କରିଥିଲେ । ମହାରାଷ୍ଟ୍ରରେ ସର୍ବାଧିକ ଲୋକ ଆତ୍ମହତ୍ୟା କରିଛନ୍ତି ।

ତା’ପରେ ରହିଛି ତାମିଲନାଡୁ ଓ ମଧ୍ୟପ୍ରଦେଶ । ମହାରାଷ୍ଟ୍ରରେ ୨୨ ହଜାର ୨୦୭ ଜଣ ଆତ୍ମହତ୍ୟା କରିଛନ୍ତି । ତାମିଲନାଡୁରେ ୧୮ ହଜାର ୯୨୫ ଓ ମଧ୍ୟପ୍ରଦେଶରେ ୧୪ ହଜାର ୯୬୫ ଜଣ ଆତ୍ମହତ୍ୟା କରିଛନ୍ତି । ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ଆତ୍ମହତ୍ୟା ସଂଖ୍ୟା ଯଥାକ୍ରମେ ୧୩ ହଜାର ୫୦୦ ଓ ୧୩ ହଜାର ୫୦୩ ।