ନୁପୂରଙ୍କୁ କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ: ଦେଶବାସୀଙ୍କୁ କ୍ଷମା ମାଗନ୍ତୁ
ଆପଣ ନିଜକୁ ଓକିଲ କହୁଥିବାବେଳେ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ କିପରି ଦେଇପାରିଲେ…
ନୂଆଦିଲ୍ଲୀ: ବିଜେପିର ନିଲମ୍ବିତ ନେତା ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । ପେଗମ୍ବର ମହମ୍ମଦଙ୍କ ବିରୋଧରେ ବିବାଦୀତ ବୟାନ ମାମାଲାରେ ନୂପୁରଙ୍କ ବିରୋଧରେ ଭିନ୍ନ ଭିନ୍ନ ରାଜ୍ୟରେ ହୋଇଥିବା ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସେ ଆବେଦନ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ଉକ୍ତ ଆବେଦନର ଶୁଣାଣି କରିବାକୁ ମନା କରି ଦେଇଥିଲେ । ଏଥିସହିତ ନୂପୁରଙ୍କୁ କଡା ଭର୍ତ୍ସନା କରି ଦେଶରେ ଉପୁଜିଥିବା ଖରାପ ପରିସ୍ଥିତ ପାଇଁ କେବଳ ସେ ହିଁ ଦାୟୀ ବୋଲି କୋର୍ଟ କହିଛନ୍ତି ।
କୋର୍ଟ ନୂପୁରଙ୍କୁ କହିଛନ୍ତି ଯେ, ଆପଣଙ୍କ ଯୋଗୁ ଦେଶର ସ୍ଥିତି ବିଗିଡିଛି । ଜାତୀୟ ଟିଭିରେ ଆପଣ ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । ଆପଣ ନିଜକୁ ଓକିଲ କହୁଥିବାବେଳେ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ କିପରି ଦେଇପାରିଲେ । ଶାସନଧାରୀ ପାର୍ଟିର ସଦସ୍ୟ ହୋଇଥିବାରୁ ତା’ର କ୍ଷମତାକୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁନି ।