ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଛି ଧାମକ । ମହାରାଷ୍ଟ୍ର ବିଧାନସଭା ସଚିବାଙ୍କୁ ସମନ କରିବାକୁ ଯାଇ ସରକାର କୌଣସି ବ୍ୟକ୍ତିଙ୍କୁ ଧମକ ଦେବା ଭଳି ଭାଷାର ପ୍ରୟୋଗ କରିପାରିବେ ନାହିଁ ଵୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଭଳି ହେବାର ଅର୍ଥ ନ୍ୟାୟକ ପ୍ରକ୍ରିୟାକୁ ସରକାର ଉଲ୍ଲଂଘନ କରୁଛନ୍ତି। ମହାରାଷ୍ଟ୍ର ବିଧାନସଭା ରିପବ୍ଲିକ ଟିଭିର ମାଲିକ ତଥା ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ୍ ମାମଲାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ. ଏ ବୋବଡେ ଏହା କହିଛନ୍ତି। ଏଥିସହ ଦୁଇ ସପ୍ତାହ ମଧ୍ୟରେ ବିଧାନସଭା ସଚିବଙ୍କୁ ଏଭଳି କରିବା ପଛର କାରଣ ଦର୍ଶାଇବାକୁ ଲିଖିତ ଆକାରରେ କହିଛନ୍ତି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ମନ୍ତ୍ରୀଙ୍କ ବାବଦରେ ଅର୍ଣ୍ଣବ ଅଶୋଭନୀୟ ଆଚରଣ ଏବଂ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମହାରାଷ୍ଟ୍ର ବିଧାନସଭା ଗୋସ୍ୱାମୀଙ୍କ ବିରୋଧରେ ସେପ୍ଟେମ୍ୱର ୧୬ରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଥିଲା।
ଏମିତିକି ସମନ ଚିଠିରେ ଦିପାବଳୀରେ ଜେଲ୍ ଭିତରେ ରହିବାକୁ ହେବ ବୋଲି ଚିଠିରେ ଉଲ୍ଲେଖ ରହିଥିବା ରିପବ୍ଲିକ୍ ଟିଭି କହିଛି। ଏହି ଚିଠି ଗୋପନୀୟ ରଖିବାକୁ ହେବ ବୋଲି ମହାରାଷ୍ଟ୍ର ବିଧାନସଭା ସଚିବ ଚିଠିରେ ଉଲ୍ଲେଖ କରିଥିଲେ। ଏହାପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୋସ୍ୱାମୀ।
ସିଜେଆଇ ମାମଲାର ଶୁଣାଣି କରି କହିଛନ୍ତି, ଧାରା ୩୨ ଅନୁଯାୟୀ ସରକାର ନ୍ୟାୟକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛନ୍ତି। ମାମଲାର ସମାଧାନ ପାଇଁ ଆମିକସ କ୍ୟୁରି ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋସ୍ୱାମୀଙ୍କୁ ବିଧାନସଭା ଦେଇଥିବା ସମନ୍ ଧମକ ଦେବା ସହିତ ସମାନ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏମିତିକି ଗୋସ୍ୱାମୀଙ୍କୁ ଏହି ମାମଲାର ଗିରଫ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।