ଭାରତକୁ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପର ସୁପର୍-୮ ପର୍ଯ୍ୟାୟରେ ଜବରଦସ୍ତ ବିଜୟ ଦେଇଛି । ରୋହିତ ଶର୍ମାଙ୍କ ଦଳ ୪୭ ରନ୍ର ବଡ଼ ବ୍ୟବଧାନରେ ଆଫଗାନିସ୍ତାନକୁ ପରାସ୍ତ କରି ଅପରାଜିତ ଧାରାକୁ ଜାରି ରଖିଛି । ଭାରତ ୧୮୧ ରନ୍ ସ୍କୋର୍ କରିବା ପରେ ଆଫଗାନିସ୍ତାନକୁ ୧୩୪ ରନ୍ରେ ଅଲରାଉଟ୍ କରି ଦେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକୀୟ ଇନିଂସ(୫୩), ରିଷଭ ପନ୍ତଙ୍କ ୨୦ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ୩୨ ରନ ବଳରେ ୧୮୧ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ।