ଚୀନର ଡ୍ରୋନକୁ ଗୁଳି ମାଡ଼ କଲା ତାଇୱାନ

ରିପୋର୍ଟ ଅନୁସାରେ, ତାଇୱାନ ସେନାର ଜବାବ ପରେ ଡ୍ରୋନଟି ପୁଣି ଥରେ ଚୀନ ଆଡକୁ ଫେରିଥିଲା…

ନୂଆଦିଲ୍ଲୀ: ତାଇୱାନ ସେନା ଚୀନର ଡ୍ରୋନକୁ ନଷ୍ଟ କରିବା ପାଇଁ ଗୁଳି ମାଡ କରିଛି । ତାଇୱାନ ସେନାର ମୁଖପାତ୍ର ଏହାକୁ ୱାର୍ଣ୍ଣିଂ ସଟ୍ସ ବୋଲି କହିଛନ୍ତି । ଏହାସହ ଚୀନ ଏବଂ ତାଇୱାନ ମଧ୍ୟରେ ଉତ୍ତେଜନା ବଢିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏହା ପ୍ରଥମ ଥର ଯେତେବେଳେ ତାଇୱାନର ସେନା ଏପରି ଆକ୍ରମଣାତ୍ମକ ପଦକ୍ଷେପ ଆପଣାଇଛି । ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଡ୍ରୋନ ତାଇୱାନ ନିୟନ୍ତ୍ରଣଧୀନ ଏକ ଦ୍ୱୀପରେ ଚୀନ ସୀମା ନିକଟରୁ ଉଡାଣ ଭରିଥିଲା । ରିପୋର୍ଟ ଅନୁସାରେ, ତାଇୱାନ ସେନାର ଜବାବ ପରେ ଡ୍ରୋନଟି ପୁଣି ଥରେ ଚୀନ ଆଡକୁ ଫେରିଥିଲା ।