ନୂଆଦିଲ୍ଲୀ: ତାଇୱାନର ଜଳସୀମା ମଧ୍ୟରେ ଚୀନ ଜାରି ରଖିଛି ଯୁଦ୍ଧାଭ୍ୟାସ । ତେବେ ଆତ୍ମରକ୍ଷା ଓ ମୁକାବିଲା ପାଇଁ ତାଇୱାନ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଥିଲେ ସୁଦ୍ଧା ଚୀନ ଆକ୍ରମଣରୁ ରକ୍ଷା ପାଇବା ପାଇଁ ବିଶ୍ୱ ସମୁଦାୟ ଠାରୁ ସହାୟତା ଚାହିଁଛି । ଏହି ପ୍ରସଙ୍ଗରେ ତାଇୱାନ ରାଷ୍ଟ୍ରପତି କହିଛନ୍ତି ଆମ ସୀମାରେ ଚୀନ ଜାରି ରଖିଥିବା ସମସ୍ତ ଗତିବିଧି ଉପରେ ନଜର ରଖାଯାଇଛି । ଆମେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ।
କିନ୍ତୁ ଏହି ଉତ୍ତେଜନା ହ୍ରାସ କରିବା ଦିଗରେ ବିଶ୍ୱ ସମୁଦାୟ ଆଗ୍ରହ ପ୍ରକାଶ କରୁ । ଗଣତନ୍ତ୍ର ରାଷ୍ଟ୍ର ତାଇୱାନକୁ ବିଶ୍ୱ ସମୁଦାୟ ସହଯୋଗ କରୁ । ଚୀନ କ୍ରମାଗତ ଭାବେ ଉତ୍ତେଜନା ବଢାଇବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ଆମେରିକୀୟ ବାଚସ୍ପତି ତାଇୱାନ ଗସ୍ତ ସାରି ଫେରିବା ପରେ ସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଛି ।