ବିଜେପିଠୁ ଟଙ୍କା ନିଅ, ଆପ୍‌ ପାଇଁ କାମ ମର: କେଜରିୱାଲ

କେଜରିୱାଲ କହିଛନ୍ତି ଆମେ ବିଜେପି ନେତାଙ୍କୁ ଚାହୁଁ ନାହୁଁ……

ନୂଆଦିଲ୍ଲୀ: ଗୁଜୁରାଟରେ ଏଥର ଆପ ପାଇଁ କାମ କରିବାକୁ ବିଜେପି ନେତାଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ବିଜେପିରେ ଥାଇ ଭିତିରିଆ ଭାବେ ଆପ୍‌ ପାଇଁ କାମ କରିବାକୁ କେଜରିୱାଲ୍‌ ବିଜେପି କର୍ମୀଙ୍କୁ ଅନୁରୋଧ କରିଛନ୍ତି । ବିଜେପି କର୍ମୀମାନେ ବିଜେପି ଠାରୁ ପେମେଣ୍ଟ ନିଅନ୍ତୁ । ହେଲେ ଆପ୍‌ ପାଇଁ କାମ କରନ୍ତୁ ବୋଲି କେଜରିୱାଲ କହିଛନ୍ତି । କେଜରିୱାଲ କହିଛନ୍ତି ଆମେ ବିଜେପି ନେତାଙ୍କୁ ଚାହୁଁ ନାହୁଁ । ବିଜେପି ନିଜ ନେତାଙ୍କୁ ନିଜ ପାଖରେ ରଖୁ ।

ବିଜେପି ପନ୍ନା ପ୍ରମୁଖ, ଗ୍ରାମୀଣ କାର୍ଯ୍ୟକର୍ତ୍ତା ଉଭୟ ଆମ ସହ ସାମିଲ ହେଉଛନ୍ତି । ବିଜେପି କର୍ମୀ ସେହି ପାର୍ଟିରେ ଥାଅ ହେଲେ ଆପ୍‌ ପାଇଁ କାମ କର । ଆମ ପାଖରେ ଟଙ୍କା ନାହିଁ । ତେଣୁ ତୁମେ ବିଜେପିରୁ ପେମେଣ୍ଟ ନିଅ କିନ୍ତ ଆମ ପାଇ କାମ କର । ସେହିପରି ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟସେବା ଓ ମାଗଣା ବିଦ୍ୟୁତ୍‌ ସେବା ଆଦି ଆପ କିନ୍ତୁ ତାହା ଯୋଗାଇ ଦେବ ବୋଲି କେଜରିୱାଲ୍‌ କହିଛନ୍ତି ।