ଟାଟା ଗ୍ରୁପର ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖରନଙ୍କୁ ୟୁକେ ନାଇଟ୍ହୁଡ୍ ‘ମୋଷ୍ଟ ଏକ୍ସିଲେଣ୍ଟ ଅର୍ଡର ଅଫ୍ ଦି ବ୍ରିଟିଶ ଏମ୍ପାୟାର’ ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କର ଅବଦାନ ତଥା ବ୍ରିଟେନ ଏବଂ ଭାରତ ବ୍ଯବସାୟିକ ସମ୍ପର୍କକୁ ସେବା ପ୍ରଦାନ ପାଇଁ ୟୁକେ ନାଇଟ୍ହୁଡ୍ ରେ ସମ୍ମାନିତ କରାଯାଇଛି ।
ପୁରସ୍କାରରେ ସମ୍ମାନିତ ହେବା ପରେ ଏନ ଚନ୍ଦ୍ରଶେଖରନ କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ଭାରତ-ୟୁକେ ବ୍ୟବସାୟିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଟାଟା ଗ୍ରୁପର ବିଦ୍ୟମାନ ପଦକ୍ଷେପଗୁଡ଼ିକ ଉଲ୍ଲେଖ କରିଥିଲେ।
ଏନ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ , “ମୁଁ ପ୍ରକାଶ କରିବାକୁ ଚାହୁଁଛି ଯେ ଆମେ ଟାଟା ଗ୍ରୁପରେ ପ୍ରଯୁକ୍ତିବିଦ୍ୟା, ଗ୍ରାହକ, ଆତିଥ୍ୟ, ଇସ୍ପାତ, ରାସାୟନିକ ପଦାର୍ଥ ଏବଂ ଅଟୋମୋଟିଭ୍ କ୍ଷେତ୍ରରେ ୟୁକେ ସହିତ ଏତେ ଦୃଢ଼ ରଣନୈତିକ ସମ୍ପର୍କ ବଜାୟ ରଖିବା ପାଇଁ କେତେ ଗର୍ବିତ।”