ଦ୍ରୌପଦୀ ମୁର୍ମୁଙ୍କୁ ଟିଡିପିର ସମର୍ଥନ

ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ ଦଳର ଏକ ବୈଠକ ପରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏନେଇ ଘୋଷଣା କରିଛନ୍ତି…

ନୂଆଦିଲ୍ଲୀ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଗୋଟିଏ ପରେ ଗୋଟିଏ ଆଞ୍ଚଳିକ ଦଳ ସମର୍ଥନ ମଧ୍ୟ ଦେବାରେ ଲାଗିଛନ୍ତି । ସେହିକ୍ରମରେ ସାମିଲ ହୋଇଛି ଆନ୍ଧ୍ରର ଟିଡିପି । ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ ଦଳର ଏକ ବୈଠକ ପରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏନେଇ ଘୋଷଣା କରିଛନ୍ତି । ନାଇଡୁ କହିଛନ୍ତି, ଦଳ ସବୁବେଳ ସାମାଜିକ ନ୍ୟାୟକୁ ପ୍ରାଧାନ୍ୟ ଦେଇଆସିଛି ।

ସମାନ ଆଭିମୁଖ୍ୟ ସହ ଦ୍ରୌପଦୀଙ୍କୁ ଦଳ ସମର୍ଥନ କରିବା ନେଇ ନିଷ୍ପତ୍ତି ଗ୍ରହଣ ହୋଇଛି । ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ସର୍ବୋଚ୍ଚ଼ ସାମ୍ବିଧାନିକ ପଦବୀରେ ମୁର୍ମୁ ଅବସ୍ଥାପିତ ହେବାକୁ ଯାଉଥିବା ମଧ୍ୟ କହିଛନ୍ତି ନାଇଡୁ । ଏମାନଙ୍କ ବ୍ୟତୀତ ବିଜେଡି, ପଞ୍ଜାବର ଶିରୋମଣୀ ଅକାଳୀ ଦଳ ମଧ୍ୟ ଏନଡିଏ ସପକ୍ଷରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ।