ନୀତିଶ ଓ ତେଜସ୍ୱୀଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ବିହାର ପାଇଁ ରାଜ୍ୟ ସରକାର ଯାହା କରିବା କଥା କରିବେ…..

ପାଟଣା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଛନ୍ତି । ଏହି ସମୟରେ ୩ ନେତାଙ୍କ ମଧ୍ୟରେ ବିରୋଧୀ ଏକଜୁଟତା ଓ ୨୦୨୪ରେ ନୀତିଶଙ୍କ ଭୂମିକାକୁ ନେଇ ଆଲୋଚନା ହୋଇଥିଲା । ତେଜସ୍ୱୀ ଯାଦବ କହିଛନ୍ତି ଯେ, ରାଜ୍ୟରୁ ହିଁ ଦେଶ ହୋଇଥାଏ । ଆମେ ନିଜ ନିଜ ରାଜ୍ୟକୁ ମଜଭୁତ କରିବୁ । ଯଦ୍ୱାରା ଦେଶ ସଶକ୍ତ ହୋଇପାରିବ । ବିହାର ଗରିବ ଓ ପଛୁଆ ରାଜ୍ୟ । କେନ୍ଦ୍ରଠୁ କୌଣସି ସହାୟତା ମିଳୁନି । ବିହାର ପାଇଁ ରାଜ୍ୟ ସରକାର ଯାହା କରିବା କଥା କରିବେ । ସବୁ ରାଜ୍ୟ ପରସ୍ପରକୁ ସାହଯ୍ୟ କରିବାର ଆବଶ୍ୟକତା ରହିଛି ।