ଭୟଙ୍କର ଦୁର୍ଘଟଣା: ଟ୍ରକ ଓଲଟିବାରୁ ୪୯ ଜଣଙ୍କ ମୃତ୍ୟୁ

ମେକ୍ସିକୋ : ଦକ୍ଷିଣ ମେକ୍ସିକୋରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରକ ଓଲଟି ପଡିବାରୁ ୪୯ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଚିଆପାସ୍‌ ସିଭିଲ୍‌ ପ୍ରୋଟେକ୍ସନ୍‌ ଏଜେନ୍ସିର ମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଚିଆପାସ୍‌ ରାଜ୍ୟର ଟକ୍ସଟଲା ଗୁଟିରେଜ୍‌ ସହର ବାହାରେ ଟ୍ରକ୍‌ ଏକ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ମେକ୍ସିକୋ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଏତେ ସଂଖ୍ୟାରେ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଛି । ଘଟଣାସ୍ଥଳରେ ମେକ୍ସିକୋର ଅଧିକାରୀମାନେ ପହଞ୍ଚି ଘଟଣାର ତଦାରଖ କରିଛନ୍ତି । ଏହି ଦୁର୍ଘଟଣାରେ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।