ମେକ୍ସିକୋରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ୧୩ ମୃତ

ଦକ୍ଷିଣ ମେକ୍ସିକୋର ଓକ୍ସାକା ରାଜ୍ୟରେ ….

ନୂଆଦିଲ୍ଲୀ: ଦକ୍ଷିଣ ମେକ୍ସିକୋର ଓକ୍ସାକା ରାଜ୍ୟରେ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ଟ୍ରେନ୍‌ ଲାଇନଚ୍ୟୁତ ହେବା ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୯୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ‘ଇଂଟରଓସେନିକ ଟ୍ରେନ୍‌’ ନିଜାଣ୍ଡା ସହର ଅତିକ୍ରମ କରୁଥିବା ବେଳେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନରେ ୨୪୧ ଜଣ ଯାତ୍ରୀ ଓ ୯ ଜଣ କର୍ମଚାରୀଙ୍କୁ ମିଶାଇ ମୋଟ ୨୫୦ ଜଣ ଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୯୩ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଅନ୍ୟ ଏକ ଦୁର୍ଘଟଣା ଘଟିଛି ନ୍ୟୁ ଜର୍ସିର ହାମୋନଟନ୍‌ ବିମାନବନ୍ଦରରେ ହେଲିକପ୍ଟର ଦୁର୍ଘଟଣା। ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।