ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ଜାତୀୟ ତଦନ୍ତ ଅଧିକାରୀଙ୍କ ତନାଘନା (ଏନଆଇଏ) । ଜାମ୍ମୁ-କାଶ୍ମୀରରେ ପ୍ରାୟ ୧୧ଟି ସ୍ଥାନରେ ଏନଆଇଏ ରେଡ କରିଛି । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ତଥା ଦି ରେଜିଷ୍ଟାଣ୍ଟ ଫ୍ରଣ୍ଟ ସମ୍ପୃକ୍ତି ଘଟଣାରେ ଏହି ସର୍ଚ୍ଚ କରାଯାଇଛି । ତେବେ ଏହି ସଂଗଠନ ଦ୍ୱାରା ୟୁନିଅନ ଟେରିଟୋରୀରେ ଯୁବକଙ୍କୁ ନିଯୁକ୍ତି ସହିତ ଜଡିତ ମାମଲାରେ ଏହି ଚଢାଉ କରାଯାଇଥିବା ସୂଚନା ରହିଛି । ସେହିପରି ଏନଆଇଏ ଏନଆଇଏ ମଧ୍ୟ ବାସିତ ଅହମ୍ମଦ ଦାରଙ୍କ ବାସଭବନରେ ଖୋଜାଖୋଜି କରିଥିଲା । ତେବେ ତାଙ୍କ ବିରୋଧରେ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି । ମାତ୍ର ଦାରଙ୍କ ଘର ଜାମ୍ମୁ-କାଶ୍ମୀରର କୁଲଗାମରେ ଅବସ୍ଥିତ ହୋଇଥିବା ବେଳେ ଏଠାରେ ଏନଆଇଏ ପକ୍ଷରୁ ଯାଞ୍ଚ କରାଯାଇଥିଲା ।
ସେହିଭଳି ଶ୍ରୀନଗର ୬ଟି ସ୍ଥାନରେ ହୋଇଥିବା ବେଳେ ବାରମୂଳା ୨ଟି ଜାଗାରେ ଏହି ଚଢାଉ ହୋଇଛି । ଏଥିସହ ଅବନ୍ତିପୋରା ଓ ବୁଡାଗାମ୍?ର ଗୋଟିଏ ଲେଖାଏଁ ସ୍ଥାନରେ ଏହି ଚଢାଉ କରିଥିଲା ଏନଆଇଏ । ସୂଚନା ଅନୁସାରେ ଫେବୃଆରୀ ମାସରେ ଜମ୍ମୁ ଏବଂ କଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏ ଲସ୍କର-ଇ-ତୋଇବା ସମ୍ପୃକ୍ତିରେ ଚଢାଉ କରିଥିଲା । ଅନ୍ୟପଟେ ଏଇ ନିକଟରେ କରାଯାଇଥିବା ସର୍ଚ୍ଚ ସମୟରେ ଡିଜିଟାଲ୍ ଡିଭାଇସ୍, ସିମ୍ କାର୍ଡ, ଡିଜିଟାଲ୍ ଷ୍ଟୋରେଜ୍ ଡିଭାଇସ୍, ଡକ୍ୟୁମେଣ୍ଟ୍ ଇତ୍ୟାଦି ବିଭିନ୍ନ ଅପରାଧ ସାମଗ୍ରୀ ଜବତ କରାଯାଇଛି ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି ।