ଶ୍ରୀନଗର : ଜାମ୍ମୁ-କଶ୍ମୀରରେ ଆତଙ୍କବାଦୀ ଗତିବିଧି ବାରମ୍ବାର ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀର ଯବାନମାନେ ଯେତେ ଯାହା ଉଦ୍ୟମ କଲେ ବି ଆତଙ୍କବାଦୀମାନେ ପଳାୟନ କରୁନାହାନ୍ତି । ଦକ୍ଷିଣ କଶ୍ମୀର କୁଲଗାମରେ ସୁରକ୍ଷା ବାହିନୀର ଯବାନମାନେ ଲଶ୍କର ଏ ତଇବାର ଜଣେ ଆତଙ୍କବାଦୀଙ୍କୁ ନିହତ କରିଥିବା ଜଣାପଡିଛି । କଶ୍ମୀର ଜୋନ ପୁଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛି । ତେବେ ରିପୋର୍ଟ ଲେଖାଯିବା ବେଳକୁ ନିହତ ଆତଙ୍କବାଦୀର ପରିଚୟ ମିଳିନଥିବା ବେଳେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି ।