ଥାନ୍ୟା ନାଥନ ସି ଭାରତର ପ୍ରଥମ ଦୃଷ୍ଟିହୀନ ମହିଳା ବିଚାରପତି

କେରଳର କନୁର ଅନ୍ତର୍ଗତ ଜଣେ ୨୪ ବର୍ଷୀୟା ମହିଳା …

ତିରୁଅନନ୍ତପୁରମ: 17 ଆଇନଜୀବୀ ଥାନ୍ୟା ନାଥନ ସି ରାଜ୍ୟ ତଥା ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି ହୋଇ ପାରିଛନ୍ତି। ଜଣେ ଆଇନଜୀବୀ ଭାବେ ସେ ବର୍ଷେ ହେଲା ଅଭ୍ୟାସ କରୁଥିବା ବେଳେ କେରଳ ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହାଦ୍ୱାରା ସେ ରାଜ୍ୟର ପ୍ରଥମ ଦୃଷ୍ଟିହୀନ ନ୍ୟାୟିକ ଅଧିକାରୀ ହୋଇପାରିଛନ୍ତି। ଥାନ୍ୟା ପ୍ରଥମ ଥର ପରୀକ୍ଷା ଦେଇଥିବା ବେଳେ ଭିନ୍ନକ୍ଷମଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଗତବର୍ଷ ସୁପ୍ରିମକୋର୍ଟଙ୍କ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ନ୍ୟାୟିକ ଅଧିକାରୀ ଚାକିରିରୁ ନିଷେଧ କରାଯିବା ଉଚିତ୍‌ ନୁହେଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଥାନ୍ୟାଙ୍କ ଚୟନ ପାଇଁ ପଥ ପ୍ରଶସ୍ତ କରିଥିଲା। କୋର୍ଟରେ ସ୍କ୍ରିନ୍‌ ରିଡର ଓ ଡିକ୍‌ଟେସନ ଆପ୍‌ ଥାନ୍ୟାଙ୍କ କାର୍ଯ୍ୟ ସହଜ କରୁଛି। ସେ ଆଶା କରୁଛନ୍ତି ଯେ, ଇ-କୋର୍ଟ କାର୍ଯ୍ୟକାରୀ ହେବା ସହିତ କୋର୍ଟଗୁଡ଼ିକର ଆଧୁନିକୀକରଣ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ କୋର୍ଟ ରୁମଗୁଡ଼ିକୁ ଅଧିକ ସୁଗମ କରିବ। ଥାନ୍ୟା ଜଣେ ଏନ୍‌ଆର୍‌ଆଇ ଜଗନ୍ନାଥ ଓ ଗୃହିଣୀ ବବିତାଙ୍କ ଝିଅ। ତାଙ୍କ ଭଉଣୀ ତାରା ବିଦେଶରେ ପଢ଼ୁଛନ୍ତି। ଥାନ୍ୟା କନୁରରେ ଶିକ୍ଷା ଗ୍ରହଣ କରିଥିଲେ। ଏହାପୂର୍ବରୁ ୨୦୧୩ରେ ରାଜସ୍ତାନର ବ୍ରହ୍ମାନନ୍ଦ ଶର୍ମା ଦେଶର ପ୍ରଥମ ୧୦୦ % ଦୃଷ୍ଟିହୀନ ବିଚାରପତି ହୋଇପାରିଥିଲେ।