ନୂଆଦିଲ୍ଲୀ: ଶୁକ୍ରବାର ଦିନ ପୁଟିନ ରାଷ୍ଟ୍ରପତି ଭବନ ପରିଦର୍ଶନ କରିଥିଲେ । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ଏହି କ୍ରମରେ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଭ୍ଲାଦିମିର ପୁଟିନଙ୍କ ପାଇଁ ଏକ ରାତ୍ରୀଭୋଜନର ଆୟୋଜନ କରାଯାଇଛି । ଏହି ରାତ୍ରୀ ଭୋଜନ ପାଇଁ ବିରୋଧୀ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କିମ୍ବା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିମନ୍ତ୍ରଣ ମିଳି ନଥିବା ସୂଚନା ରହିଛି । ରିପୋର୍ଟ ଅନୁଯାୟୀ, କଂଗ୍ରେସ ସାଂସଦ ଶଶି ଥରୁର ରାତ୍ରୀଭୋଜନରେ ଯୋଗଦେବାର ଅଛି ।
କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ରାଷ୍ଟ୍ରପତି ଭବନରେ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ ମିଳିନି । ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବରେ ଶଶି ଥରୁରଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ, \”ସାଧାରଣତଃ ଏହା ଏକ ପରମ୍ପରା ଯେ ବାହାରୁ ଆସୁଥିବା ଯେକୌଣସି ବ୍ୟକ୍ତି ବିରୋଧୀ ଦଳ ନେତାଙ୍କ ସହ ସାକ୍ଷାତ କରନ୍ତି । ବାଜପେୟୀ ଏବଂ ମନମୋହନ ସିଂହ ସରକାରଙ୍କ ସମୟରେ ଏହି ପରମ୍ପରା ଥିଲା । ସରକାର ସେମାନଙ୍କୁ ବିରୋଧୀ ଦଳ ନେତାଙ୍କ ସହ ସାକ୍ଷାତ ନ କରିବାକୁ ପରାମର୍ଶ ଦେଉଛନ୍ତି । ଏହା ସେମାନଙ୍କର ନୀତି, ଏବଂ ସେମାନେ ସବୁବେଳେ ଏହା କରନ୍ତି । ଆମେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରୁ । ଏହା ଏକ ସରକାର ନୁହେଁ, ଯିଏ ଏଭଳି କରନ୍ତି । ସରକାର ଚାହୁଁନାହାନ୍ତି ଯେ, ବିରୋଧୀ ଦଳ ବାହାର ଲୋକଙ୍କ ସହିତ ସାକ୍ଷାତ କରୁ ।