ମଦ୍ୟପାନ ନେଇ ବୟସ ସୀମା ୨୫ରୁ ୨୧କୁ ହ୍ରାସ

ନୂଆଦିଲ୍ଲୀ : ମଦପାନ କରିବା ପାଇଁ ଖସିଲା ବୟସ । ପୂର୍ବରୁ ମଦ୍ୟପାନ ପାଇଁ ୨୫ବର୍ଷ ଥିଲା ବେଳେ ଏବେ ଏହାକୁ ୨୧କୁ ହ୍ରାସ କରିଛନ୍ତି ହରିୟାଣା ସରକାର । ହରିୟଣା ସରକାର ରାଜ୍ୟର ଅବକାରୀ ଆଇନର ସଂଶୋଧନ କରିଛନ୍ତି । ମଦ କିଣିବା, ବିକିବା ଏବଂ ପିଇବାକୁ ନେଇ ଏହି ଆଇନରେ ସଂଶୋଧନ କରାଯାଇଛି । ଏନେଇ ହରିୟାଣା ବିଧାନସଭାରେ ଅବକାରୀ ସଂଶୋଧନକୁ ନେଇ ୨୦୨୧ର ବିଲ୍‌ ପାସ ହୋଇଛି ।

ପୂର୍ବରୁ ଏହା ୨୫ ବର୍ଷର ଥିଲା ବେଳେ ଏବେ ଏହାକୁ ୨୧ କରାଯାଇଛି । ପୂର୍ବରୁ ଦିଲ୍ଲୀ ସରକାର ମଧ୍ୟ ମଦ୍ୟପାନ ନେଇ ବୟସ ସୀମା ୨୫ରୁ ୨୧କୁ ହ୍ରାସ କରିଥିଲେ ।