ପଞ୍ଜତରଣୀ ପଟୁ ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା
ତୀର୍ଥଯାତ୍ରୀ ଏହି ମାର୍ଗରୁ ପବିତ୍ର ଗୁମ୍ଫାର ଦର୍ଶନ କରିବେ ଏବଂ ଦର୍ଶନ ପରେ ପେରିବା ପାଇଁ ବାଲଟାଲ ମାର୍ଗ ଆଡ଼କୁ ପ୍ରସ୍ଥାନ କରିବେ…
ନୂଆଦିଲ୍ଲୀ : ଅମରନାଥ ଗୁମ୍ଫା ନିକଟରେ ଗତ ଶୁକ୍ରବାର ସନ୍ଧ୍ୟାରେ ହଠାତ ବାଦଲ ଫାଟିବା କାରଣରୁ ଆସିଥିବା ବନ୍ୟାରେ କେତେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଆଂଶିକ ଭାବେ ରୋକାଯାଇଥିବା ଅମରନାଥ ଯାତ୍ରା ଆଜିଠାରୁ ଦ୍ୱିତୀୟଥର ଆରମ୍ଭ ହୋଇଯାଇଛି । ଭାରତ-ତିବ୍ଦତ ସୀମା ପୋଲିସ (ଆଇଟିବିପି)ର ପ୍ରବକ୍ତା କହିଛନ୍ତି ଯେ ପଂଜତରଣୀ ଆଡ଼ୁ ଅମରନାଥ ଯାତ୍ରା ଆରମ୍ଭ ହୋଇଯାଇଛି । ତୀର୍ଥଯାତ୍ରୀ ଏହି ମାର୍ଗରୁ ପବିତ୍ର ଗୁମ୍ଫାର ଦର୍ଶନ କରିବେ ଏବଂ ଦର୍ଶନ ପରେ ପେରିବା ପାଇଁ ବାଲଟାଲ ମାର୍ଗ ଆଡ଼କୁ ପ୍ରସ୍ଥାନ କରିବେ ।