ଅମରନାଥ ଯାତ୍ରାରେ ୬୫ ହଜାର ଶ୍ରଦ୍ଧାଳୁ ଅଂଶଗ୍ରହଣ କଲେଣି

ଦୁଇ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବାବା ଅମରନାଥ ଗୁମ୍ଫାର ଦୂରତା ବେସକ୍ୟାମ୍ପରୁ ୧୪ କିମି ରହିଛି….

ଶ୍ରୀନଗର : ଜାରି ରହିଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ଦୁଇ ବର୍ଷ କୋଭିଡ କାରଣରୁ ବନ୍ଦ ରହିବା ପରେ ଯାତ୍ରା ହେଉଥିବାରୁୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସୁକତା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୬୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି । ଏହି ଯାତ୍ରୀମାନେ ଜମ୍ମୁ ବେସ କ୍ୟାମ୍ପରୁ ବାବା ଅମରନାଥଙ୍କ ଗୁମ୍ଫା ସ୍ଥଳକୁ ଯାତ୍ରା କରି ଦର୍ଶନ ପରେ ଫେରିଛନ୍ତି । ଯାତ୍ରା ପାଇଁ ଦୁଇଟି ମାର୍ଗ ନିର୍ଦ୍ଧାରିତ କରାଯାଇଥିଲା । ଦୁଇ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବାବା ଅମରନାଥ ଗୁମ୍ଫାର ଦୂରତା ବେସକ୍ୟାମ୍ପରୁ ୧୪ କିମି ରହିଛି । ସମୁଦ୍ର ପତନ ଠାରୁ ୩,୮୮୮ ମିଟର ଉଚ୍ଚ଼ତାରେ ରହିଛି । ତେବେ ଯାତ୍ରାରେ ସାମିଲ ହେଉଥିବା ଶ୍ରଦ୍ଧାଳୁ ଗୋଟିଏ ଦିନରେ ବାବାଙ୍କ ଦର୍ଶନ କରି ବେସ କ୍ୟାମ୍ପକୁ ଫେରିବାକୁ ବ୍ୟବସ୍ଥା କରାଯାଇଛି । ସେହିପରି ପାଦଚଲା ମାର୍ଗ ବ୍ୟତୀତ ହେଲିକପ୍ଟର ସର୍ଭିସ ମଧ୍ୟ ଉପଲବ୍ଧ ରହିଛି ।