ନୂଆଦିଲ୍ଲୀ: ପିଲାଙ୍କୁ ଖୁବଶୀଘ୍ର ଦିଆଯାଇପାରେ କୋଭିଡ ଟିକା । ଏହି ଟିକା ଦେଶରେ ଡିସେମ୍ବର ପ୍ରଥମ ସପ୍ତାହରୁ ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଦିଆଯାଇପାରେ । କିନ୍ତୁ ପ୍ରାଥମ ପର୍ଯ୍ୟାୟରେ ୬ କୋଟି ପିଲାଙ୍କୁ ଟିକା ଦିଆଯିବ ବୋଲି ସ୍ଥିର ହୋଇଛି । ପିଲାମାନଙ୍କୁ ଟିକାକରଣ ପାଇଁ ଜାଇକୋଭ ଡି, ବାୟୁଲୋଜିକାଲ୍ ଇ ଏବଂ କୋଭୋଭ୍ୟାକ୍ସ ଟିକା ସୂଚୀରେ ରହିଛି । ଏବେ ଆମେରିକା, ଡେନମାର୍କ, ଜର୍ମାନୀ, ଅଷ୍ଟ୍ରିଆ, ହଙ୍ଗେରୀ, ଇଟାଲି, ସ୍ପେନ, ଅଷ୍ଟ୍ରେଲିଆ, ଗ୍ରିସ୍, ଫିନଲ୍ୟାଣ୍ଡ, ପୋଲାଣ୍ଡ, ସ୍ୱିଜରଲ୍ୟାଣ୍ଡ, ଇସ୍ରାଏଲ, ୟୁଏଇ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ଚୀନରେ ପିଲାମାନଙ୍କୁ କରୋନା ଟିକା ଦିଆଯାଉଛି । ନିକଟରେ ଆମେରିକା ୫-୧୧ ବର୍ଷର ଛୋଟ ପିଲାଙ୍କୁ ଫାଇଜର ଟିକା ଦେବାକୁ ଅନୁମତି ଦେଇଛି ।