ଫେବୃଆରୀରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ଆରବିଆଇ ୨୦୨୨ର ଫେବୃଆରୀ ମାସ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛି। ଏହି ମାସରେ ମୋଟ୍ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ତାଲିକାରେ ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ସହ ରବିବାର ଛୁଟି ମଧ୍ୟ ସାମିଲ୍। ଫେବୃଆରୀରେ ବସନ୍ତ ପଞ୍ଚମୀ, ଗୁରୁ ରବିଦାସ ଜୟନ୍ତୀ ପରି ଦିନଗୁଡିକରେ ସମଗ୍ର ଦେଶରେ ଛୁଟି ରହିବ। ହେଲେ ଫେବୃଆରୀରେ ଦେଶରେ ସବୁ ସ୍ଥାନରେ ବ୍ୟାଙ୍କ ୧୨ ଦିନ ବନ୍ଦ ରହିବ ନାହିଁ।

ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡିକରେ ଅଲଗା ଅଲଗା ଦିନ ଛୁଟି ରହିଥାଏ। ଏମିତି ଅନେକ ଛୁଟି ରହିଛି ଯାହା କୌଣସି ରାଜ୍ୟ କିମ୍ବା ନିଜ ଅଞ୍ଚଳ ସହ ସମ୍ବନ୍ଧିତ ରହିଛି। ଏଥିପାଇଁ ବ୍ୟାଙ୍କର ଛୁଟି ଦିନ ଅଲଗା ଅଲଗା ରାଜ୍ୟ ହିସାବରେ ହୋଇଥାଏ।
ଛୁଟି ତାଲିକା ଥରୁଟିଏ ଦେଖି ନିଅନ୍ତୁ।

ଫେବୃଆରୀ ୨- ସୋନାମ ଲୋଚ୍ଚର(ଗ୍ୟାଙ୍ଗଟକରେ ବ୍ୟାଙ୍କ ଛୁଟି)
ଫେବୃଆରୀ ୫- ସରସ୍ଵତୀ ପୂଜା/ଶ୍ରୀପଞ୍ଚମୀ/ ବସନ୍ତ ପଞ୍ଚମୀ(ଅଗରତାଲା, ଭୁବନେଶ୍ଵର, କୋଲକାତାରେ ବ୍ୟାଙ୍କ ଛୁଟି)
ଫେବୃଆରୀ ୬- ରବିବାର
ଫେବୃଆରୀ ୧୨- ମାସର ଦ୍ଵିତୀୟ ଶନିବାର
ଫେବୃଆରୀ ୧୩- ରବିବାର
ଫେବୃଆରୀ ୧୫- ମହମ୍ମଦ ହଜରତ ଅଲ୍ଲୀ ଜନ୍ନଦିବସ/ଲୁଇ-ନଗାଇ-ନି(ଇମ୍ଫାଲ, କାନପୁର, ଲକ୍ଷ୍ନୌରେ ବ୍ୟାଙ୍କ ଛୂଟି)
ଫେବୃଆରୀ ୧୬- ଗୁରୁ ରବିଦାସ ଜୟନ୍ତୀ(ଚଣ୍ଡିଗଡରେ ବ୍ୟାଙ୍କ ଛୁଟି)
ଫେବୃଆରୀ ୧୮- ଡୋଲଯାତ୍ରା(କୋଲକାତାରେ ବ୍ୟାଙ୍କ ବନ୍ଦ)
ଫେବୃଆରୀ ୧୯- ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ(ବେଲାପୁର, ମୁମ୍ବାଇ, ନାଗପୁରରେ ବ୍ୟାଙ୍କ ଛୁଟି)
ଫେବୃଆରୀ ୨୦- ରବିବାର
ଫେବୃଆରୀ ୨୬- ମାସର ଚତୁର୍ଥ ଶନିବାର
ଫେବୃଆରୀ ୨୭- ରବିବାର