କୋଭିଡିରୁ ସୁସ୍ଥ ହେଲେ ବିସିସିଆଇ ବସ

କୋଲକାତା: କୋଭିଡି ଆକ୍ରାନ୍ତ ହୋଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୁସ୍ଥ ହୋଇଛନ୍ତି । ଗାଙ୍ଗୁଲି କୋଭିଡ ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ତାଙ୍କ ସାମ୍ପ୍ୟୁଲ ଜିନେମ ସିକ୍‌ୱେନ୍ସିଂ ପାଇଁ ପଠାଯାଇଥିଲା । କିନ୍ତୁ ଏହି ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଏହା ପୂର୍ବରୁ ମଧ୍ୟ ଗାଙ୍ଗୁଲିଙ୍କ ହାର୍ଟ ସମସ୍ୟା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ବର୍ତ୍ତମାନ ଗାଙ୍ଗୁଲିଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।