କୋଲକାତା : ଶବଦାହ କରିବାକୁ ଯାଇ ନିଜେ ପାଲଟି ଗଲେ ଶବ । ପଶ୍ଚିମବଙ୍ଗରେ ନଦିଆ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତଦେହ ନେଇ ଶ୍ମଶାନକୁ ଯିବାବେଳେ ଟ୍ରକ୍କୁ ପଛରୁ ପିଟିଲା ମିନି ଭ୍ୟାନ୍ । ଫଳରେ ଘଟଣାସ୍ଥଳରେ ୧୭ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।
ଦ୍ରୁତି ଗତିରେ ଆସୁଥିବା ମିନି ଭ୍ୟାନ ରାସ୍ତକାଡରେ ଠିଆ ହୋଇଥିବା ଏକ ଟ୍ରକ ପଛକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏହି ସଡକ ଦୁର୍ଘଟଣା ଘନ କୁହୁଡି ଓ ଗାଡିଟି ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏନେଇ ଏହି ଘଟଣାକୁ ପୋଲିସ ଏହାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।