ବଡିଗାର୍ଡ ଖୋଜୁଛନ୍ତି କିଙ୍ଗ ଖାନ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ତାଙ୍କ ପଠାନ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଡ୍ରଗ୍ସ ମାମଲାରେ ପୁଅ ଗିରଫ ହେବା ପରେ କିଙ୍ଗ ଖାନ ଫିଲ୍ମର ସୁଟିଂ ବନ୍ଦ କରିଥିଲେ । ଆର୍ଯ୍ୟନ ଜାମିନ ପାଇବା ପରେ ଶାହରୁଖ ବର୍ତ୍ତମାନ ଆରାମ ଅନୁଭବ କରୁଛନ୍ତି ଏବଂ ଫିଲ୍ମର ସୁଟିଂ ପାଇଁ ଅନୁମତି ଦେଇଛନ୍ତି । ତେବେ ଫିଲ୍ମର ସୁଟିଂ ଆରମ୍ଭ କରିବା ପୂର୍ବରୁ ଶାହାରୁଖ ଜଣେ ନୂଆ ବଡିଗାର୍ଡ ଖୋଜୁଛନ୍ତି । ସେ ନିଜ ପାଇଁ ନୁହେଁ ବରଂ ତାଙ୍କ ପୁଅ ପାଇଁ ଖୋଜୁଛନ୍ତି । ସେ ଏପରି ଜଣେ ବଡିଗାର୍ଡ ଖୋଜୁଛନ୍ତି ଯାହା ଉପରେ ସେ ସମ୍ପୂର୍ଣ୍ଣ ବିଶ୍ୱାସ କରିପାରିବେ । ସମ୍ପ୍ରତି ରବିଙ୍କୁ ଆର୍ଯ୍ୟନଙ୍କ ସୁରକ୍ଷା ପାଇଁ ମୁମ୍ବାଇରେ ଛଡାଯାଇଛି, କିନ୍ତୁ ସେ ଆର୍ଯ୍ୟନଙ୍କ ସୁରକ୍ଷା ପାଇଁ ଆଉ ଜଣେ ବଡିଗାର୍ଡ ଖୋଜୁଛନ୍ତି ଜଣାପଡିଛି ।