ଓମିକ୍ରନକୁ ମାତ ଦେବ ବୁଷ୍ଟର ଡୋଜ୍‌!

ଲଣ୍ଡନ : ସାରା ଦେଶରେ ନୂଆ ଭାଇରସ ଓମିକ୍ରନ୍‌ ଚିନ୍ତା ବଢାଇଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶର ସରକାର ଟିକାର ବୁଷ୍ଟର୍‌ ଡୋଜ୍‌ ଉପରେ କାମ ମଧ୍ୟ ଆରମ୍ଭ କରିଛନ୍ତ । ଅନ୍ୟପଟେ କୋଭିଡ ଟିକା ବାଧ୍ୟତାମୂଳକ କରିବା ପାଇଁ ଫ୍ରାନ୍ସ ପୂର୍ବରୁ ବୁଷ୍ଟର ଡୋଜ ପ୍ରସ୍ତୁତ କରିସାରିଛି । ଏହି ସମୟରେ ବ୍ରିଟେନ ମଧ୍ୟ ବୁଷ୍ଟର ଡୋଜ ଉପରେ ଯୋଜନା କରିବାକୁ ନିଷ୍ପତ୍ତି ହୋଇଛି । ଯାହା ୧୮ରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ ଦିଆଯିବ । ଏନେଇ ବ୍ରିଟେନ ସରକାର ଘୋଷଣା କରିଛନ୍ତି । ପୂର୍ବରୁ ୪୦ ବର୍ଷରୁ ଅଧିକ ଲୋକଙ୍କ ପାଇଁ ବୁଷ୍ଟର ଡୋଜ ସୁପାରିଶ କରାଯାଇଥିଲା । ଟିକାକରଣର ଏକ ବୁଷ୍ଟର୍‌ ଡୋଜ୍‌ ଓମିକ୍ରନରୁ ଆମର ସୁରକ୍ଷାକୁ ଆହୁରି ଦୃଢ କରିବ ।