ଅମୃତସର : ପାକିସ୍ତାନପଟୁ ଆସିଥିବା ଏକ ଡ୍ରୋନକୁ ଖସାଇ ଦେଇଛି ବିଏସଏଫ ଯବାନ । ପାକିସ୍ତାନପଟୁ ମେଡ-ଇନ-ଚାଇନା ଅମୃତସରରେ ଥିବା ସୀମାନ୍ତବର୍ତ୍ତୀ ଗାଁରେ ଗୁଳି କରି ଖସାଇଦେଇଛି ସୀମା ସୁରକ୍ଷା ବଳ ବା ବିଏସଏଫ । କେଉଁ କାରଣ ପାଇଁ ଡ୍ରୋନଟି ଆସିଥିଲା ସେ ନେଇ ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ ବିଳମ୍ବିତ ରାତି ସମୟରେ ସୀମାରେ ପ୍ରହରା ଦେଉଥିବା ବିଏସଏଫ ଯବାନମାନେ ଏକ ଡ୍ରୋନ ଉଡୁଥିବା ଦେଖିବାକୁ ପାଇଥିଲେ । ଏହି ଡ୍ରୋନ ସଦିଗ୍ଧ ଅବସ୍ଥାରୁ ଉଡୁଥିବାରୁ ତାହାକୁ ତୁରନ୍ତ ଗୁଳିକରି ଖସାଇ ଦିଆଯାଇଥିଲା । ଡ୍ରୋନଟି ଖସିପଡ଼ିବା ପରେ ଜଣାପଡିଥିଲା ଯେ, ପାକିସ୍ତାନ ପଟୁ ଆସିଥିବା ଏକ ଚୀନ ନିର୍ମିତ ଡିଜେଆଇ ମାଟ୍ରିସ-୩୦୦ ଡ୍ରୋନ ବୋଲି ଜଣାପଡିଛି ।