ବସ୍‌-ଟ୍ରକ ମୁହାଁମୁହିଁ ଧକ୍କାରେ ଚାଲିଗଲା ୮ ଜୀବନ

ଝାଡଖଣ୍ଡ: ବସ୍‌-ଟ୍ରକ ମୁହାଁମୁହିଁ ଧକ୍କାରେ ଚାଲିଗଲା ୮ ଜୀବନ । ଏହି ଦୁର୍ଘଟଣା ପାକୁଡ ଜିଲ୍ଲାରେ ଘଟିଛି । ଏହି ସଡକ ଦୁର୍ଘଟଣାରେ ପ୍ରାୟ ୮ଜଣଙ୍କ ମୃତ୍ୟୁ ହେବା ସହ ୧୬ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ଆମ୍ରାପଡା ପୋଲିସ ଷ୍ଟେସନ ଅଞ୍ଚଳର ପେଡର କୋଲା ଗ୍ରାମ ନିକଟରେ ଘଟିଛି । ଏକ ଯାତ୍ରୀ ବାହି ବସ୍‌ ଏବଂ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକଟି ଗ୍ୟାସ ସିଲିଣ୍ଡର ଭର୍ତ୍ତି ହୋଇଥିଲା । ଏହି ଘଟଣା ପର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଛି ।

ପୋଲିସ ସୂଚନା ଅନୁଯାୟୀ ଅତ୍ୟଧିକ ଥଣ୍ଡା ହେତୁ ଦୁର୍ଘଟଣାର ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେହିପରି ମୃତ ଓ ଆହତଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା ଚଳାଇଛି । ସୂଚନାଅନୁୟାୟୀ ଲିଟିପଡା-ଅମଦପାରା ମୁଖ୍ୟ ରାସ୍ତାରେ ଏକ ଯାତ୍ରୀବାହୀ ବସ୍‌ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକଟି ବସକୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ଗାଡି ଭାଙ୍ଗି ଚୂରମାର ହୋଇଯାଇଛି ।