ସିଏଏକୁ କେରଳରେ ଲାଗୁ କରାଯିବ ନାହିଁ : ମୁଖ୍ୟମନ୍ତ୍ରୀ

ଥିରୁଅନନ୍ତପୁରମ: ସିଏଏକୁ କେରଳରେ କେବେ ହେଲେ ଲାଗୁ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପନରାୟୀ ବିଜୟନ ଘୋଷଣା କରିଛନ୍ତି । କେରଳରେ କ୍ଷମତା ଦଖଲ କରିଥିବା ବିଜୟନ ସରକାରଙ୍କ ବର୍ଷପୂର୍ତ୍ତି ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାର ଉଦଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି ସିଏଏକୁ ନେଇ କେରଳ ସରକାର ନିଜର ଆଭିମୁଖ୍ୟ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି । ଏହି ଆଭିମୁଖ୍ୟ ଆଗକୁ ମଧ୍ୟ ଜାରି ରହିବ ।

କେରଳରେ କେବେ ହେଲେ ସିଏଏ ଲାଗୁ ହେବନି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ଦେଶ ସମ୍ବିଧାନରେ ଉଲ୍ଲେଖ ଥିବା ଧର୍ମନିରପେକ୍ଷ ନୀତି ଅନୁସାରେ କାର୍ଯ୍ୟ କରିଥାଏ । ନିକଟରେ ଘଟିଥିବା ଗୋଟିଏ ଗ୍ରୁପର ଲୋକମାନେ ଧର୍ମ ଆଧାରରେ ନାଗରିକତ୍ୱ ପ୍ରଦାନ କରିବାକୁ ଚାହୁଁଛନ୍ତି ।

ଲୋକଙ୍କ ମଧ୍ୟରେ ଧାର୍ମିକ ବିବାଦ ସୃଷ୍ଟି କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ସର୍ଭେ କରାଯାଉଛି । କିନ୍ତୁ ଏଠାରେ ଗରିବ ପରିବାର ଚିହ୍ନଟ କରିବାକୁ ସର୍ଭେ ଶେଷ କରାଯାଇଛି । ଏହି ସର୍ଭେର ପରବର୍ତ୍ତୀ ପଦକ୍ଷେପ ଖୁବଶୀଘ୍ର ଘୋଷଣା କରାଯିବ ।

ମୁଖ୍ୟମନ୍ତ୍ରୀ ବିଜୟନ ପୁଣିଥରେ କହିଛନ୍ତି ଯେ ରାଜ୍ୟରେ କେବେ ହେଲେ ଧର୍ମକୁ ଆଧାର କରି ନାଗରିକତ୍ୱ ସର୍ଭେ ହୋଇ ପାରିବ ନାହିଁ । ସିଏଏ ଏଠାରେ ଲାଗୁ ହେବନି ବୋଲି ସେ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ମହାମାରୀ ପ୍ରଭାବ ହ୍ରାସ ପାଇବା ପରେ ସମଗ୍ର ଦେଶରେ ସିଏଏ ଲାଗୁ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ ।