ଜିନପିଙ୍ଗଙ୍କ ବିରୋଧରେ ଅଭିଯାନ ଆରମ୍ଭ
ରିପୋର୍ଟ କହୁଛି କି, ଚାଇନାର ଏକ ବଡ଼ ଗୋଷ୍ଠୀ ଶି ଜିନପିଙ୍ଗଙ୍କ ସହ ଅସନ୍ତୁଷ୍ଟ ଅଛନ୍ତି ଏବଂ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି….
ନୂଆଦିଲ୍ଲୀ : ଚୀନରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଶି ଜିନପିଙ୍ଗ ଏମିତି ସକ୍ଷଙ୍କତ ଦେଇଛନ୍ତି କି, ସେ ଲଗାତାର ୩ୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତିଫ ଏହି ଭିତରେ ଚୀନରେ ଜିନପିଙ୍ଗଙ୍କ ଆଲୋଚକମାନେ ତାଙ୍କର ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି । ଏଏନଆଇର ରିପୋର୍ଟ ଅନୁସାରେ, ଲୋକେ କହୁଛନ୍ତି କି, ଜିନପିଙ୍ଗ ଚୀନକୁ ପଛରେ ପକାଇ ଦେଇଛନ୍ତି । କରୋନା ଭାଇରସକୁ ଭୁଲ ଉପାୟରେ ପ୍ରତିରୋଧ କରି ଚୀନର ଅପୂରଣୀୟ କ୍ଷତି କରିଛନ୍ତି । ଜିନପିଙ୍ଗ ସାଂଘାଇ ଭଳି ସହରକୁ ବନ୍ଦ କରି ଇକୋନୋମିକୁ ନଷ୍ଟ କରି ଦେଇଛନ୍ତି । ରିପୋର୍ଟ କହୁଛି କି, ଚାଇନାର ଏକ ବଡ଼ ଗୋଷ୍ଠୀ ଶି ଜିନପିଙ୍ଗଙ୍କ ସହ ଅସନ୍ତୁଷ୍ଟ ଅଛନ୍ତି ଏବଂ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ।
ଅଭିଯାନ ଚଲାଉ ଥିବା ଲୋକମାନେ ଏକ କ୍ୟାମ୍ପେନର ଆରମ୍ଭ କରିଛନ୍ତି । ଚାଇନା ଲୋକଙ୍କୁ ଅପିଲ କରାଯାଇଛି କି, ସେ ନିଜର ବନ୍ଧୁ ଓ ସଂପର୍କୀୟଙ୍କୁ ବର୍ତ୍ତମାନର ସ୍ଥିତିର ବିଷୟରେ କୁହନ୍ତୁ ଏବଂ ଜିନପିଙ୍ଗଙ୍କୁ କ୍ଷମତାରୁ ହଟାନ୍ତୁ । ଏହାସହ ଆଇନ ଓ ସେନା କର୍ମଚାରୀଙ୍କୁ ସହଯୋଗ ନକରିବାକୁ ଅପିଲ କରାଯାଇଛି । ଏହି ଅଭିଯାନରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବାକୁ ଅପିଲ କରାଯାଇଛି ।