୫୦୦ ଫୁଟ ତଳକୁ ଖସିଲା କାର: ୫ ମୃତ

ଉତ୍ତର ସିକ୍କିମର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛ । ଉପତ୍ୟାକାର ୫୦୦ ଫୁଟ ତଳକୁ କାର ଖସିପଡ଼ିବାରୁ ୫ ଜଣଙ୍କ….

କୋଲକାତା: ଉତ୍ତର ସିକ୍କିମର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛ । ଉପତ୍ୟାକାର ୫୦୦ ଫୁଟ ତଳକୁ କାର ଖସିପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି । ସେମାନେ ଗ୍ୟାଙ୍ଗଟକ ଫେରୁଥିବା ବେଳେ ଗତକାଲି ରାତି ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି । ପୁଲିସ, ସେନା ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା । ଲାଚୁଙ୍ଗଠାରୁ ୧୩ କିମି ଦୂରରେ ଏହି ଦୁର୍ଘଟଣାଗ୍ରସ୍ତ କାର ଏବଂ ସେଥିରେ ଥିବା ମୃତଦେହ ଉଦ୍ଧାର କରାଯାଇଛି । ଲାଚୁଙ୍ଗ ପୁଲିସ ଅଧିକ ତଦନ୍ତ ଚଳାଇଛି ।