ଆଜିଠୁ ଆରମ୍ଭ ସିବିଏସ୍ଇ ଟର୍ମ-୨ ପରୀକ୍ଷା
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରିଚାଳିତ ୧୦ମ ଓ ୧୨ଶ ଶ୍ରେଣୀର ଟର୍ମ-୨ ପରୀକ୍ଷା ୨୦୨୨ ଆଜି (ମଙ୍ଗଳବାର)ଠାରୁ ଆରମ୍ଭ….
ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରିଚାଳିତ ୧୦ମ ଓ ୧୨ଶ ଶ୍ରେଣୀର ଟର୍ମ-୨ ପରୀକ୍ଷା ୨୦୨୨ ଆଜି (ମଙ୍ଗଳବାର)ଠାରୁ ଆରମ୍ଭ ହେଉଛି । ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।
ଏଥିପାଇଁ ପିଲାମାନେ ନିଜସ୍ବ ସାନିଟାଇଜର ଓ ମାସ୍କ ଆଣିବା ବାଧ୍ୟତାମୂଳକ । ଭାରତ ବ୍ୟତୀତ ବିଦେଶରେ ୨୬ଟି ଦେଶରେ ଏହି ପରୀକ୍ଷା ଆୟୋଜନ ନିମନ୍ତେ ସିବିଏସ୍ଇ ବ୍ୟାପକ ବ୍ୟବସ୍ଥା କରିଛି। ଏହି ଦୁଇ ଶ୍ରେଣୀରେ ମୋଟ ୩୫ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଦଶମ ଶ୍ରେଣୀରେ ପ୍ରାୟ ୨୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ଦ୍ବାଦଶ ଶ୍ରେଣୀରେ ୧୪ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ଦେଶବ୍ୟାପୀ ୭୪୧୨ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି। ଦ୍ବାଦଶ ଶ୍ରେଣୀ ପରୀକ୍ଷା ୧୧୪ଟି ବିଷୟରେ ହେବାକୁ ଥିବାବେଳେ ଦଶମ ଶ୍ରେଣୀ ପରୀକ୍ଷା ୭୫ଟି ବିଷୟରେ ହେବ।