କେନ୍ଦ୍ର ୫ କୋଟି ଡୋଜ କୋର୍ବେଭାକ୍ସ ଟିକା କିଣିବ

ନୂଆଦିଲ୍ଲୀ : କୋରୋନା ବିରୋଧୀ ଲଢ଼େଇରେ ପାଇଁ କେନ୍ଦ୍ର ସରକାର କୋର୍ବେଭାକ୍ସ ଟିକାର ୫ କୋଟି ଡୋଜ ପାଇଁ ଅର୍ଡର ଦେଇଛନ୍ତି । ବାୟୋଲଜିକାଲ-ଇ ଟିକା ନିର୍ମାତା କମ୍ପାନୀ ଠାରୁ ପ୍ରତି ଡୋଜକୁ ୧୪୫ ଟଙ୍କାରେ କିଣିବେ ସରକାର। ଏନେଇ ଗତକାଲି(ଶନିବାର) ସରକାରୀ ସ୍ତରରେ ଘୋଷଣା କରାଯାଇଛି। ଏହି ଟିକା କେଉଁ ବର୍ଗର ଲୋକଙ୍କୁ ଦିଆଯିବ ସେନେଇ କୌଣସି ଘୋଷଣା କରାଯାଇନାହିଁ।

ବର୍ତ୍ତମାନ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କ ଏବଂ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି। ଖବର ଅନୁଯାୟୀ, ବୈଷୟିକ କମିଟି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମଧ୍ୟରେ ବୁଷ୍ଟର ଡୋଜର ପରିସୀମା ବୃଦ୍ଧି କରିବାକୁ ଯୋଜନା କରାଯାଉଛି।ହାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା କମ୍ପାନୀ ବାୟୋଲଜିକାଲ-ଇ ଫେବୃଆରୀରେ ସପ୍ଲାଇ ଆରମ୍ଭ କରିବାକୁ ଆଶା ରଖିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବାୟୋଲଜିକାଲ-ଇ ଠାରୁ ପ୍ରତି ଡୋଜକୁ ଟ୍ୟାକ୍ସକୁ ଛାଡି ୧୪୫ ଟଙ୍କାରେ କିଣିବେ କେନ୍ଦ୍ର ସରକାର।