୩୫ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ଲକ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତ ବିରୋଧୀ ଅପପ୍ରଚାର ଓ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ୩୫ ୟୁଟ୍ୟୁବ୍‌ ଚ୍ୟାନେଲ୍‌, ୨ ଟ୍ୱିଟର ଆକାଉଣ୍ଟ, ୨ ଇନଷ୍ଟାଗ୍ରାମ ଓ ୨ ୱେବସାଇଟ୍‌ ସହ ଗୋଟିଏ ଫେସବୁକକୁ ବ୍ଲକ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ କହିଛନ୍ତି, ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଆମେ ୩୫ ୟୁଟ୍ୟୁବ୍‌ ଚ୍ୟାନେଲ ଅନେକ ଗୁଡିକ ସୋସିଆଲ ମିଡିଆ ବ୍ୟାନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ବ୍ୟାନ ହୋଇଥିବା ଏହି ସମସ୍ତ ଚ୍ୟାନେଲ ଓ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା ଓ ଏଥିରେ ଭାରତ ବିରୋଧୀ ଖବର ପ୍ରସାରଣ କରାଯାଉଥିଲା ବୋଲି ଜଣାପଡିଛି