୩୧ ଡିସେମ୍ବର ସୁଦ୍ଧା ସରିବ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ସମ୍ପୂର୍ଣ୍ଣ କାମ

ଗ୍ରାଉଣ୍ଡରେ ସ୍ଥିତି ଯାଞ୍ଚ ପରେ ସୂଚନା ଦେଇଛନ୍ତି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର। ରାମ ଦରବାର ସହ ପ୍ରଥମ ଓ ଦ୍ବିତୀୟ ମହଲା ସମ୍ପୂର୍ଣ୍ଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଉପର ଓ ଦ୍ବିତୀୟ ମହଲାରେ ସୁରକ୍ଷା ସ୍ଥିତିକୁ ଯାଞ୍ଚ କରିବା ସହ ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ବିଶେଷ ଭାବେ ନିର୍ମାଣ ଓ ନିର୍ମାଣ ପରେ ଆସିବାକୁ ଥିବା ସମସ୍ତ ଚ୍ୟାଲେଞ୍ଜକୁ ପରଖାଯାଇଥିବା ସେ ଦୋହରେଇଛନ୍ତି।

ତେବେ ମନ୍ଦିରର ୧୫ ଫୁଟ୍ ଉଚ୍ଚ ପରକୋଟା ଅର୍ଥାତ ପାଚେରୀର ସମ୍ପୂର୍ଣ୍ଣ ହେବାକୁ ଆଉ କିଛି ସମୟ ଲାଗିପାରେ ବୋଲି ସେ ଦୋହରାଇଛନ୍ତି । ଚଳିତ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ରାମଲାଲାଙ୍କୁ ଦର୍ଶନ କରୁଛନ୍ତି। ବେଦମନ୍ତ୍ର ଉଚ୍ଚାରଣ ସହ ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ରାମଲାଲାଙ୍କ ବିଗ୍ରହର ହୋଇଥିଲେ ଜୀବନ୍ୟାସ । ଗର୍ଭଗୃହରେ ପ୍ରବେଶ କରି ରାମଲାଲାଙ୍କ ନୂଆ କମନୀୟ ବିଗ୍ରହର ପାଦରେ ପଦ୍ମ ପୁଷ୍ପାଞ୍ଜଳି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି।

ମନ୍ଦିରକୁ ଆଦ୍ରତାରୁ ରକ୍ଷା ପାଇଁ ଗ୍ରାନାଇଟରେ ୨୧ ଫୁଟର ବେସ୍ ତିଆରି ହୋଇଛି । ମନ୍ଦିର ପରିସରରେ ୨୫ ହଜାର ଯାତ୍ରୀଙ୍କ ରହିବା ଭଳି ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ କରାଯାଇଛି । ଯାତ୍ରୀଙ୍କ ପାଇଁ ମେଡିକାଲ ସୁବିଧା ସହିତ ଲକର୍ ବ୍ୟବସ୍ଥା ବି ରହିଛି । ମନ୍ଦିର ପରିସରରେ ସ୍ନାନ, ଶୌଚ ପାଇଁ ଅଲଗା ଏକ ବ୍ଲକ୍ ନିର୍ମାଣ କରାଯାଇଛି ।