୧୨ରୁ ୧୪ବର୍ଷର ପିଲାଙ୍କୁ ଦିଆଯାଉଥିବା କରୋନା ଟିକା କୋର୍ବେଭାକ୍ସର ମୂଲ୍ୟ ଧାର୍ଯ୍ୟ

ନୂଆଦିଲ୍ଲୀ : ୧୨ରୁ ୧୪ବର୍ଷର ପିଲାଙ୍କୁ ଦିଆଯାଉଥିବା କରୋନା ଟିକା କୋର୍ବେଭାକ୍ସର ମୂଲ୍ୟ ଧାର୍ଯ୍ୟ ହୋଇଛି । ହାଇଦରାବାଦସ୍ଥିତ ଔଷଧ କମ୍ପାନୀ ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ ଏହି ଟିକାର ମୂଲ୍ୟ ସରକାରୀ ଡାକ୍ତରଖାନାଗୁଡିକ ଲାଗି ଡୋଜ୍ (ପାନ) ପ୍ରତି ୧୪୫ଟଙ୍କା ରହିଥିବାବେଳେ ଘରୋଇ ଡାକ୍ତରଖାନାଗୁଡିକ ଲାଗି ଏହାର ମୂଲ୍ୟ ୯୯୦ ଟଙ୍କା ରହିଛି । ସମସ୍ତ ଟିକସ ସହିତ ଏହି ମୂଲ୍ୟ ଧାର୍ଯ୍ୟ ହୋଇଛି । ତେବେ ସରକାର ଏହି ଟିକାକୁ ପିଲାମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଉଛନ୍ତି । ସରକାରୀ ଡାକ୍ତରଖାନାରେ ଏହା ମାଗଣାରେ ମିଳୁଥିବାବେଳେ ଘରୋଇ ଡାକ୍ତରଖାନରେ ଆବଶ୍ୟକ ଦେୟ ଦେବାକୁ ପଡିବ।