ନୂଆଦିଲ୍ଲୀ: ସାରା ବିଶ୍ୱ କୋଭିଡ-୧୯ ମୁକାବିଲା ପାଇଁ ଚିନ୍ତିତ ଥିବା ବେଳେ ରୁଷିଆର କଂପାନୀ ସ୍ପୁଟନିକ ‘ନାଜାଲ ଭ୍ୟାକ୍ସିନ’ ବାହାର କରିଛି । ରୁଷିଆ ତରଫରୁ କୁହାଯାଇଛି ଯେ, ବିଶ୍ୱର ଏହା ହେଉଛି ପ୍ରଥମ ନାଜାଲ ଟିକା । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ ଏହି ନାଜାଲ ଭ୍ୟାକସିନ ପରୀକ୍ଷା ଚାଲିଥିଲା । କିଛି ଅନ୍ୟ ଦେଶ ମଧ୍ୟ ଏହାରି ଉପରେ କାମ କରୁଛନ୍ତି । କିନ୍ତୁ ରୁଷିଆ ସର୍ବପ୍ରଥମେ ଏହି ସଫଳତା ପାଇଛି । ସୂଚନାଯୋଗ୍ୟ ଯେ, ନାଜାଲ ଭ୍ୟାକସିନ ନାକ ମାଧ୍ୟମରେ ଦିଆଯାଇଥାଏ । ଏହାକୁ ଇଟ୍ରାନେଜଲ ଭ୍ୟାକସିନ ମଧ୍ୟ କୁହାଯାଇଥାଏ ଯାହା ମାଂସପେଶୀରେ ଇଞ୍ଜେକସନ ମାଧ୍ୟମରେ ଦିଆଯାଇଥାଏ ।
ଅନ୍ୟପକ୍ଷରେ ଭାରତ ମଧ୍ୟ ଏହି ନାଜାଲ ଭ୍ୟାକସିନ ଉପରେ ଜୋରଦାର କାମ କରୁଛି । ଏହି ଭ୍ୟାକସିନ ଭାରତ ବାୟୋଟେକ ଦ୍ୱାରା ୱାଶିଙ୍ଗଟନ ୟୁନିଭରସିଟି ସ୍କୁଲ ଅଫ ମେଡିସିନ ସହିତ ମିଶି ପ୍ରସ୍ତୁତ କରାଯାଉଛି । ଇଞ୍ଜେକସନ ମାଧ୍ୟମରେ ଦିଆଯାଉଥିବା ଟିକା ତୁଳନାରେ ନାଜାଲ ଭ୍ୟାକସିନ ଅଧିକ ଭଲ ଫଳ ଆଣିବ ବୋଲି ଅନୁମାନ କରାଯାଉଛି ।