ଦେଶର ପ୍ରଥମ ଲଞ୍ଚ ହେଲା ‘ନ୍ୟାସନାଲ ସ୍ପୋର୍ଟସ ପଲିସି’

୨୦୩୦ ସୁଦ୍ଧା ଭାରତକୁ ଏହି କ୍ଷେତ୍ରରେ ଦୁନିଆର ଶ୍ରେଷ୍ଠ ଦେଶରେ ସ୍ଥାନ ମିଳିବାକୁ ନେଇ ସରକାର ଲକ୍ଷ୍ୟ…

ନୂଆଦିଲ୍ଲୀ: ଦେଶର ପ୍ରଥମ ‘ନ୍ୟାସନାଲ ସ୍ପୋର୍ଟସ ପଲିସି’ ଲଞ୍ଚ କରିଛନ୍ତ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ଅବସରରେ ସିନ୍ଧିଆ କହିଛନ୍ତି ଯେ, ଦେଶରେ ଏୟାର ସ୍ପୋର୍ଟସକୁ ଉଚିତ ସମର୍ଥନ ମିଳିବାର ଆବଶ୍ୟକତା ରହିଛି । ପବନ ମାଧ୍ୟମରେ ଖେଳାଯାଉଥିବା ଖେଳ କ୍ଷେତ୍ରରେ ଭାରତ ପାଖରେ ବିଶ୍ୱର ଶ୍ରେଷ୍ଠ ୧୦ ଦେଶରେ ସ୍ଥାନ ପାଇବାର କ୍ଷମତା ରହିଛି । ଏହାଦ୍ୱାରା ଦେଶରେ ସ୍ପୋର୍ଟସ ଟୁରିଜିମର ମଧ୍ୟ ବିକାଶ ହେବ । ଖାସ୍‌ କରି ପାହାଡ ଅଞ୍ଚଳରେ ରୋଜଗାର ଦ୍ରୁତ ଗତିରେ ବଢିବ । ୨୦୩୦ ସୁଦ୍ଧା ଭାରତକୁ ଏହି କ୍ଷେତ୍ରରେ ଦୁନିଆର ଶ୍ରେଷ୍ଠ ଦେଶରେ ସ୍ଥାନ ମିଳିବାକୁ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି ।

ସୂଚନାଯୋଗ୍ୟ, ଏୟାର ସ୍ପ?ର୍ଟସ ଅନ୍ତର୍ଗତ ଏୟାର ରେସିଂ, ଏରୋବେଟିକ୍ସ, ଏୟରମଡଲିଙ୍ଗ, ପାରା ମୋଟରିଙ୍ଗ ଓ ସ୍କାଇ ଡାଇଭିଂ ଭଳି ଅନ୍ୟ ଖେଳ ରହିଛି । କିନ୍ତୁ ପ୍ରଥମଥର ପ୍ରସ୍ତୁତ ହୋଇଥିବା ନୂଆ ନୀତି ବଳରେ ଭାରତ ଏବେ ଏହି ଖେଳର ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାଗ ନେଇପାରିବ ।