ସ୍ପାଇସଜେଟକୁ କାରଣ ଦର୍ଶାଅ ନୋଟିସ ପଠାଇଲା ଡିଜିସିଏ

ବିମାନରେ ଫ୍ୟୁଲ ଇଣ୍ଡିକେଟର ଖରାପ ହେବା ଯୋଗୁ ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା…

ନୂଆଦିଲ୍ଲୀ: ସ୍ପାଇସଜେଟ ବିମାନରେ ବାରମ୍ବାର ଦେଖା ଦେଇଥିବା ତ୍ରୁଟିକୁ ଦୃଷ୍ଟିରେ ରଖି ଡିଜିସିଏ କାରଣ ଦର୍ଶାଅ ନୋଟିସ ଜାରି କରିଛି । ଗତ ୧୮ ଦିନ ମଧ୍ୟରେ ବୈଷୟିକ ତ୍ରୁଟିର ୮ଟି ଘଟଣା ପରେ ଡିଜିସିଏ ଏପରି ନିଷ୍ପତ୍ତି ନେଇଛି । ଡିଜିସିଏ କହିଛି ଯେ, ସ୍ପାଇସଜେଟ ଏୟାରଲାଇନ ବିମାନ ନିୟମ ୧୯୩୭ ଅନ୍ତର୍ଗତ ସୁରକ୍ଷିତ, ଦକ୍ଷ ଓ ବିଶ୍ୱାସନୀୟ ବିମାନ ସେବା ସୁନିଶ୍ଚିତ କରାଇବାରେ ବିଫଳ ରହିଛି । ସୂଚନାଯୋଗ୍ୟ, ଗତକାଲି ଦିଲ୍ଲୀରୁ ଦୁବାଇ ଯାଉଥିବା ବିମାନରେ ଫ୍ୟୁଲ ଇଣ୍ଡିକେଟର ଖରାପ ହେବା ଯୋଗୁ ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଅନ୍ୟପଟେ ଉକ୍ତ ଦିନରେ କାଣ୍ଡଲା-ମୁମ୍ବାଇ ଉଡାଣ ମଧ୍ୟରେ ମଝି ଆକାଶରେ ଏହାର ଉଇଣ୍ଡସିଲ୍ଡ ଫାଟ ଦେଖା ଦେବା ଯୋଗୁ ମହାରାଷ୍ଟ୍ରରେ ଅବତରଣ କରିବାକୁ ପଡିଥିଲା ।