ମୁମ୍ବାଇ: ଅଭିନେତ୍ରୀ ଦିଶା ପଟାନି ଓ ଅଭିନେତା ସିଦ୍ଧାର୍ଥ ମଲୋହତ୍ରାଙ୍କ ଆଗାମୀ ଚଳଚ୍ଚ଼ିତ୍ର ‘ଯୋଦ୍ଧା’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଦିଶାଙ୍କ ସହ ନଜର ଆସିବେ ରାଶି ଖାନ୍ନା । ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ତାଙ୍କ ଅଫିସିଆଲ ସୋସିଆଲ ଆକାଉଣ୍ଟରୁ ଦିଶା ଏବଂ ରାଶିଙ୍କ ଏଣ୍ଟ୍ରି ଦିଆଯାଇଛି । ‘ଯୋଦ୍ଧା’ ୧୧ ନଭେମ୍ବର ୨୦୨୨ରେ ସିନେମା ହଲରେ ଦେଖିବାକୁ ମିଳିବ ।
ପ୍ରଥମଥର ଦିଶା ଓ ସିଦ୍ଧାର୍ଥ ମଲୋହତ୍ରାଙ୍କ ଯୋଡି ଅନସ୍କ୍ରିନରେ ଦେଖିବାକୁ ମିଳିବ । ଏହି ଫିଲ୍ମକୁ ନେଇ କରଣଙ୍କ ବ୍ୟତୀତ ଦିଶା ଏବଂ ରାଶି ମଧ୍ୟ ଏହି ଏଣ୍ଟ୍ରି କରିବାରୁ ବହୁତ ଖୁସି ଅଛନ୍ତି । ଉଭୟ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି । ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଉଭୟଙ୍କୁ ଫିଲ୍ମରେ ସ୍ୱାଗତ କରୁଛନ୍ତି ।