ମୁମ୍ବାଇ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଆଉ ୧୦ ଦିନ ପରେ ରିଲିଜ ହେବ । ଏହି ଚଳଚ୍ଚ଼ିତ୍ରରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟ ପ୍ରମୁଖ ଅଭିନୟ କରିଛନ୍ତି । ପ୍ରତିଦିନ ଫିଲ୍ମ ବିରୋଧରେ ଟ୍ୱିଟରରେ ବଏକଟ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ନିକଟରେ, ଅନେକ ବଲିଉଡ ଫିଲ୍ମ ବଏକଟ ଟ୍ରେଣ୍ଡର ସମ୍ମୁଖୀନ ହୋଇଛନ୍ତି । ଏଥିପାଇଁ ଅନେକ ଗୁଡ଼ିକ ଫ୍ଲପ ବୋଲି ପ୍ରମାଣିତ ହୋଇଥିଲା । ବର୍ତ୍ତମାନ ଫିଲ୍ମ ରିଲିଜ ପାଇଁ ଆଉ କିଛି ଦିନ ବାକି ଥିବାରୁ ଆୟାନ ମୁଖାର୍ଜୀ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ଯାହା ସୋସିଆଲରେ ଭାଇରାଲ ହେବାରେ ଲାଗିଛି । ଆୟାନ ‘ବ୍ରହ୍ମାସ୍ତ୍ର’ର ଏକ ଭିଡିଓ ସେୟାର କରିଛନ୍ତି ।
ଭିଡିଓରେ ରଣବୀର କପୁର ନଜର ଆସିଛନ୍ତି । ଭାବପ୍ରବଣ ହୋଇ କ୍ୟାପସନରେ ଲେଖିଛନ୍ତି ଆଉ ୧୦ ଦିନ ବାକି ଅଛି… । କାହିଁକି ନା ଯେଉଁମାନେ ଏହାକୁ ଦେଖିବେ ଆଶାକରେ ଏହାକୁ ପ୍ରଶଂସା କରିବେ । ଭାବପ୍ରବଣ, ନର୍ଭସ, ରୋମାଞ୍ଚକର, ବ୍ରହ୍ମାସ୍ତ୍ରକୁ ସମଗ୍ର ବିଶ୍ୱକୁ ଆଣିବା ପାଇଁ ବିନା ରହିକି କାମ କରିଛୁ । ଚଳିତ ବର୍ଷ ବଲିଉଡ ପାଇଁ ଖରାପ ଚାଲିଛି । ବଡ ଚଳଚ୍ଚିତ୍ର ଗୁଡିକ ବକ୍ସ ଅଫିସରେ ଫ୍ଲପ ହୋଇଛି । ବର୍ତ୍ତମାନ ‘ବ୍ରହ୍ମାସ୍ତ୍ର’ରୁ ବଡ ବଜେଟ ଆଶା କରାଯାଉଛି ।