ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକା ନ୍ୟାସନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ନ୍ୟାସନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ତୁଳସୀ ଗାବାର୍ଡ ଆଜି ଭେଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅତୀତରେ ଗାବାର୍ଡଙ୍କ ସହ ହୋଇଥିବା ସାକ୍ଷାତକାରକୁ ମନେ ପକାଇଥିଲେ ।

ଦ୍ୱିପାକ୍ଷିକ ଗୋଇନ୍ଦା ସହଯୋଗ, ଆତଙ୍କବାଦୀ ବିରୋଧୀ ଲଢ଼େଇ, ସାଇବର ସିକ୍ୟୁରିଟି, ବିଭିନ୍ନ ଆଶଙ୍କିତ ବିପଦ, ରଣନୀତିକ ଗୋଇନ୍ଦା ତଥ୍ୟ ଆଦାନପ୍ରଦାନ ଉପରେ ବିଶେଷ କରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପାରସ୍ପରିକ ସ୍ୱାର୍ଥ ଥିବା ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ବିକାଶ ପ୍ରସଙ୍ଗରେ ମଧ୍ୟ ଉଭୟ ମତ ରଖିଥିଲେ । ସ୍ଥିର, ନିରାପଦ ଏବଂ ନୀତିଭିତ୍ତିକ ଆନ୍ତର୍ଜାତିକ ବ୍ୟବସ୍ଥା ପ୍ରତି ଉଭୟେ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।