ଗୁରୁଙ୍କୁ ଟପିଲେ ଶିଷ୍ୟ

ସେଞ୍ଚୁରିୟନ: ଗୁରୁଙ୍କୁ ଟପିଗଲେ ଶିଷ୍ୟ । ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ୱିକେଟ କିପର ରିଷଭ ପନ୍ତ ଏକ ରେକର୍ଡ କରିଛନ୍ତି । ପନ୍ତ ପୂର୍ବତନ ଭାରତୀୟ ଦଳର ଅଧିନାୟକ (ୱିକେଟ କିପର) ମହେନ୍ଦ୍ର ସିଂ ଧୋନିଙ୍କୁ ଟପିଯାଇଛନ୍ତି । କମ୍‌ ଟେଷ୍ଟ ଖେଳି ୱିକେଟ ପଛରେ ୧୦୦ ୱିକେଟ ନେଇ ଏହି ରେକର୍ଡ କରିଛନ୍ତି ।

ପୂର୍ବରୁ ଭାରତୀୟ ୱିକେଟ୍‌ କିପରଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନି ଓ ରିଦ୍ଧିମାନ ଶାହା ୩୬ଟି ଲେଖାଏଁ ଟେଷ୍ଟ ଖେଳି ୱିକେଟ ପଛରେ ୧୦୦ ୱିକେଟ ନେଇଥିଲେ । ପନ୍ତ ସେମାନଙ୍କ ଠାରୁ ୧୦ଟି ଟେଷ୍ଟ କମ ଖେଳି ଏହି ରେକର୍ଡର କରିଛନ୍ତି ।