ନୂଆଦିଲ୍ଲୀ: ଆମେରିକାର କାନସାସ୍ରେ ହୋଇଥିବା ଭୟଙ୍କର ଘୂର୍ଣ୍ଣିଝଡ ତାଣ୍ଡବ ରଚିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କନସାସରେ ଭୟଙ୍କର ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିଲା ଯାହା ଏତେ ଶକ୍ତିଶାଳୀ ଥିଲା ଯେ ଶହଶହ ଘର, କାର, ଓ ଗଛକୁ ମଧ୍ୟ ଭାଙ୍ଗି ପକାଇଥିଲା । ଏହି ଘୂର୍ଣ୍ଣିଛଡ ଯୋଗୁଁ ପ୍ରାୟ ୧୫ ହଜାର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ଭୟଙ୍କର ଘୂର୍ଣ୍ଣିଝଡରେ ୩ ଜଣ ପ୍ରାଣ ହରାଇବା ସହ ଅନେକ ଲୋକେ ଆହତ ହୋଇଛନ୍ତି । ଅଧିକାଂଶ ଘରର ବିଜୁଳି ସେବା ବ୍ୟାହତ ହୋଇଛି । ସେଠାକାର ମେୟରଙ୍କ କହିବା ମୁତାବକ ଏହି ଘୂର୍ଣ୍ଣିଝଡ ଯୋଗୁ ପ୍ରାୟ ୧୦୦ ଘର ଧ୍ୱଂସ ହୋଇଛି । ଏହି ଭୟଙ୍କର ଘୂର୍ଣ୍ଣିଝଡର ଭିଡିଓ ସୋସିଆଲ ମେଡିଆରେ ଭାଇରାଲ ହୋଇଥିଲା ।