ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଯୁଗ ଶେଷ ହୋଇଛି । ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଭୋଟିଂରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଯୁଗ ଶେଷ ହୋଇଯାଇଛି । ଇମ୍ରାନଙ୍କ ବିରୋଧରେ ୧୭୪ ଭୋଟ ପଡିଛି । ସୂଚନାଯୋଗ୍ୟ ଯେ, ପିଏମଏଲର ସଂସଦ ବାଚସ୍ପତିର ଦାୟିତ୍ୱ ନେବା ପରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଯାଇଥିଲା । ଭୋଟିଂ ସମୟରେ ଇମ୍ରାନଙ୍କ ଦଳର ସାଂସଦମାନେ ବାହାରକୁ ଚାଲିଯାଇଥିଲେ ।
ଏହାସହ ଇମ୍ରାନଙ୍କ ସରକାର ଭୁଶୁଡି ଯାଇଛି । ସେହିପରି ପାକିସ୍ତାନରେ ପିଏମଏଲର ଚେୟାରମ୍ୟାନ ଶହବାଜ ସରିଫ ଆଗାମୀ ପ୍ରଧାନମନ୍ତ୍ରୀ ହେବେ । ସେ ଦେଶବାସୀଙ୍କୁ ସମ୍ବୋଧିକ କରିବା ଅବସରରେ କହିଛନ୍ତି ନୂଆ ସକାଳର ଆରମ୍ଭ ହୋଇଛି । ବିଲାୱଲ ଭୁଟ୍ଟୋ ପାକିସ୍ତାନର ସଂସଦରେ କହିଛନ୍ତି ଯେ, ଆଜି ଆମେ ଇତିହାସ ସୃଷ୍ଟି କରିଛୁ । ପୁରୁଣା ପାକିସ୍ତାନରେ ଆପଣଙ୍କ ସ୍ୱାଗତ । ପାକିସ୍ତାନର ଦୁଃଖର ଦିନ ଶେଷ ହୋଇଛି ।
ଦେଶର ପୂର୍ବତନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଯେ ପାକିସ୍ତାନ ପାଇଁ ଆଜି ଦୁଃଖଦପୂର୍ଣ୍ଣ ଦିନ । ଲୁଟେରାଙ୍କୁ ଘରକୁ ଫେରିଯିବାକୁ ହେବ । ନିକଟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ନିବାସରୁ ବିଦା କରାଯାଇଥିଲା । ସେ ଶାଳିନତା ଦୃଷ୍ଟିରୁ ସେଠାରୁ ଚାଲିଯାଇଥିଲେ । ଜଣେ ପାକିସ୍ତାନୀ ନାଗରିକ ଭାବେ ଗର୍ବ କରୁଛି ।