ଖୁବଶୀଘ୍ର ୟୁରୋପୀୟ ସଂଘ ୟୁକ୍ରେନକୁ ସହାୟତା କରିବ
ପୂର୍ବରୁ ମଧ୍ୟ ୟୁରୋପୀୟ ସଂଘ ଦ୍ୱାରା ୟୁକ୍ରେନକୁ ଆର୍ଥିକ ସହାୟତା ଦିଆଯାଇଛି
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ସାଢେ ୩ ମାସରୁ ଅଧିକ ସମୟ ହୋଇଛି । ଏହାରି ମଧ୍ୟରେ ୟୁକ୍ରେନର ଅନେକ ସହର ବ୍ୟାପକ କ୍ଷତିଗ୍ରସ୍ତ ହୋଇସାରିଛି । ୟୁକ୍ରେନର ଆଥିର୍କ ପରିସ୍ଥିତି ଜଟିଳ ହୋଇପଡିଛି । ତେଣୁ ସ୍ଥିତି ସୁଧାରିବା ପାଇଁ ଆମେରିକା, ୟୁରୋପୀୟ ସଂଘ ସମେତ ଅନ୍ୟ ରାଷ୍ଟ୍ରମାନେ ଆର୍ଥିକ ସହାୟତା ଦେଉଛନ୍ତି । ୟୁରୋପୀୟ କମିଶନ ଘୋଷଣା କରିଛନ୍ତି ଯେ, ଅତିରିକ୍ତ ୨୦୫ ମିଲିୟନ ୟୁରୋ ୟୁକ୍ରେନକୁ ସହାୟତା ଦେବେ । ପୂର୍ବରୁ ମଧ୍ୟ ୟୁରୋପୀୟ ସଂଘ ଦ୍ୱାରା ୟୁକ୍ରେନକୁ ଆର୍ଥିକ ସହାୟତା ଦିଆଯାଇଛି ।
ୟୁକ୍ରେନକୁ ୟୁରୋପୀୟ ସଂଘକୁ ଦିଆଯାଇଥିବା ସହାୟତା ହେଉଛି ୩୪୮ ମିଲିୟନ ୟୁରୋ । ଏଥି ସହିତ ୟୁରୋପୀୟ କମିଶନ ଖାଦ୍ୟ ସୁରକ୍ଷା ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୪ ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମର କରିଥିଲା । ୟୁକ୍ରେନର ଲକ୍ଷ ଲକ୍ଷ ଲୋକେ ମଧ୍ୟ ଦେଶ ଛାଡି ପଡୋଶୀ ରାଷ୍ଟ୍ରରେ ଆଶ୍ରୟ ନେଇଥିଲେ ।