ମଡେର୍ଣ୍ଣାକୁ ଏଫଡିଏର ଗ୍ରୀନ ସିଗ୍‌ନାଲ

ନୂଆଦିଲ୍ଲୀ : କୋଭିଡ-୧୯ ପାଇଁ ମଡେର୍ଣ୍ଣାର ନୂତନ ଟିକା ସ୍ପାଇକଭାକ୍ସକୁ ଏଫଡିଏ ଅନୁମତି ପ୍ରଦାନ କରିବା ସହ ଜରୁରିକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି । ସେହିପରି ମଡେଣ୍ଟା କମ୍ପାନୀ ପ୍ରାୟ ୨୦୦ ମିଲିୟନରୁ ଅଧିକ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତିଙ୍କୁ ନେଇ ତର୍ଜମା କରିଥିଲା ।

ଅନ୍ୟପକ୍ଷରେ ଏଫଡିଏ ମଡେର୍ଣ୍ଣା ଟିକା ଉପରେ ୬ ମାସ ଧରି ତର୍ଜମା କରିଥିଲା । ଏହି ଭାକସିନ୍‌ କାନାଡା, ଜାପାନ, ୟୁରୋପୀୟ ସମୁହ, ଇସ୍ରାଏଲ ଆଦି ଦେଶର ନାଗରିକଙ୍କୁ ପ୍ରଦାନ କରାଯାଇଛି । ଏଫଡିଏ ବୈଜ୍ଞାନିକ ତଥ୍ୟକୁ ଆଧାର କରି ଟିକାକୁ ପୂର୍ଣ୍ଣ ମଞ୍ଜୁରୀ ପ୍ରଦାନ କରିଛି । ଏଫଡିଏ ମଧ୍ୟ ଦ୍ୱିତୀୟ ଡୋଜ ଉପରେ ଦୀର୍ଘଦିନ ହେଲା ତର୍ମଜା କରୁଥିଲା । ୨୦୨୧ରେ ଏହି କମ୍ପାନୀ ପ୍ରାୟ ୮୦୭ ମିଲିୟନ ଡୋଜ୍‌ ଉତ୍ପାଦନ କରିଥିଲା ଯାହା ୨୫ ପ୍ରତିଶତ ଡୋଜ୍‌ ଦୁର୍ବଳ ଅର୍ଥନୀତିରେ ଥିବା ଦେଶମାନଙ୍କୁ ପ୍ରଦାନ କରାଯାଇଥିଲା ।