ସାମ୍ନାକୁ ଆସିଲା ବିରାଟଙ୍କ ଝିଅର ପ୍ରଥମ ଝଲକ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଚିୟର୍ କରିବା ପାଇଁ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା କେପ୍ ଟାଉନରେ ପହଞ୍ଚିଛନ୍ତି। ଏହି ମ୍ୟାଚରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥିଲେ। ବିରାଟ୍ କୋହଲିଙ୍କ ଝିଅ ବାମିକାଙ୍କର ପ୍ରଥମ ଝଲକ ଦେଖିବାକୁ ମିଳିଛି।
କେପ୍ ଟାଉନରେ ଖେଳାଯାଇଥିବା ତୃତୀୟ ଦିନିକିଆରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଷ୍ଟାଣ୍ଡରେ ନିଜ ଝିଅ ବାମିକା ସହ ଛିଡ଼ା ହୋଇଥିଲେ। ଆଉ ସେହି ସମୟରେ କ୍ୟାମେରା ତାଙ୍କ ଆଡ଼କୁ ଫୋକସ୍ କରିଥିଲା। ବାମିକା ପିଙ୍କ୍ ଡ୍ରେସ୍ ପିନ୍ଧି ନିଜ ମା’ ଅନୁଷ୍କାଙ୍କ କୋଳରେ ଥିଲା। ଝିଅ ବାମିକା ଚୁଟିରେ ନାଲି ରଙ୍ଗର ରିବଦ୍ ପିନ୍ଧିଥିଲା।

ଗତବର୍ଷ ଡିସେମ୍ବରରେ ଭାରତୀୟ ଟିମ୍ ଯେତେବେଳେ ମୁମ୍ବାଇରୁ ଦକ୍ଷିଣ ଆଫ୍ରିକା ଗସ୍ତ କରୁଥିଲା, ସେତେବେଳେ କୋହଲି ଫଟୋଗ୍ରାଫରଙ୍କୁ ନିଜ ଝିଅର ଫଟୋ ନଉଠାଇବାକୁ ଅନୁରୋଧ କରିଥିଲେ। ଫଟୋଗ୍ରାଫର୍ ମଧ୍ୟ କୋହଲିଙ୍କ ଅନୁରୋଧ ରକ୍ଷା କରି ବାମିକାର ଫଟୋ ଉଠାଇନଥିଲେ।